fbpx

ଗୁଗୁଲୁ ଆଣୁଛି ନୂଆ ଫିଚର; ୧୫ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ୍ !

ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ ବ୍ରାଉଜର୍ କ୍ରୋମ୍ ପାଇଁ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯାହାର ନାଁ ହେଉଛି ‘କୁଇକ୍ ଡିଲିଟ୍’ । ତେବେ ଗୁଗୁଲୁ ବର୍ତ୍ତମାନ ଏହି ଫଙ୍କସନ୍ ଉପରେ କାମ କରୁଛି, ଯାହା ୟୁଜର୍ସମାନଙ୍କୁ ୧୫ ମିନିଟ୍ ପୂର୍ବରୁ ସର୍ଚ୍ଚ କରିଥିବା ବ୍ରାଉଜର୍ ହିଷ୍ଟ୍ରୀ ଡିଲିଟ କରିବାକୁ ଅନୁମତି ଦେବ । ଏହି ଫିଚର ପ୍ରଥମେ ୱେବସାଇଟ୍ କ୍ରୋମଷ୍ଟୋରୀ ଦ୍ୱାରା ଦେଖାଯାଇଥିଲା ଏବଂ ଏହା କୁହାଯାଇଥିଲା ଯେ ଦୁଇଟି ଟ୍ୟାପରେ, ୟୁଜର୍ସମାନଙ୍କ ୱେବରେ ଗତ ୧୫ ମିନିଟର କାର୍ଯ୍ୟକଳାପ ଡିଲିଟ୍ ହୋଇପାରିବ । ଆଣ୍ଡ୍ରଏଡ୍ ପାଇଁ କ୍ରୋମିୟମ୍ ଗେରିଟରେ ଏହି କାର୍ଯ୍ୟଟି ମିଳିଥିଲ । ଯାହା ସୂଚିତ କରେ ଯେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରାଉଜରର ମୋବାଇଲ୍ ସଂସ୍କରଣ ପାଇଁ ସ୍ୱତନ୍ତ୍ର ହୋଇପାରେ ।

ଆଣ୍ଡ୍ରଏଡ୍ ଏବଂ ଡେସ୍କଟପ୍ ପାଇଁ କ୍ରୋମ୍ ପୂର୍ବରୁ ହିଁ ୟୁଜର୍ସଙ୍କୁ ହିଷ୍ଟ୍ରୀ ଟ୍ୟାବରେ ବ୍ରାଉଜିଂ ଅଧିବେଶନ ଦେଖିବା ପାଇଁ ଅନୁମତି ଦେଇଥାଏ । ଯଦି ଆପଣ ଚାହାଁନ୍ତି ତାହାଲେ ଆପଣଙ୍କର ବ୍ରାଉଜିଂ ଡାଟାକୁ ପୂର୍ବ ଏକ ଘଣ୍ଟା ଯାଏଁ କ୍ଲିୟର କରି ପାରିବେ । ୧୫ ମିନିଟ୍ ଫିଚର ସହିତ ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ସେମାନଙ୍କର ୱେବ୍ ହିଷ୍ଟ୍ରୀ ଉପରେ ଅଧିକ ନିୟନ୍ତ୍ରଣ ଏବଂ ସୁବିଧା ପାଇବେ । ଏହି ପ୍ରକ୍ରିୟା ଡେସ୍କଟପ୍ ସଂସ୍କରଣରେ ସଦ୍ଭମକ୍ଟଶଦ୍ଭସଗ୍ଧକ୍ଟ ଜ୍ଞକ୍ଟୟର’ ସହିତ ସମାନ ହୋଇଥାଏ । କିନ୍ତୁ ଅତିରିକ୍ତ ନିୟନ୍ତ୍ରଣ ସହିତ, ଯେହେତୁ ଏହା ଉପଭୋକ୍ତାମାନଙ୍କୁ ସେମାନଙ୍କର ହିଷ୍ଟ୍ରୀଏବଂ କୁକିଗୁଡ଼ିକୁ ପୃଥକ ଭାବରେ କ କରିବାକୁ ଅନୁମତି ଦିଏ ।ଏହା କେବଳ ଗୋପନୀୟତାର ବିଷୟ ନୁହେଁ, ବରଂ ସୁରକ୍ଷା ପ୍ରସଙ୍ଗ ମଧ୍ୟ ଅଟେ । ଗୁଗୁଲ୍ କ୍ରୋମ୍ ସେଠାରେ ସବୁଠାରୁ ଲୋକପ୍ରିୟ ୱେବ୍ ବ୍ରାଉଜର୍ ଅଟେ, ଶୀଘ୍ର ଏବଂ ସହଜରେ ଡାଟା ଡିଲିଟ୍ କରିବାର କ୍ଷମତା ଅନେକ ଉପଭୋକ୍ତାଙ୍କୁ ଲାଭ ଦେବ ।

 

Get real time updates directly on you device, subscribe now.