fbpx

ସୁପ୍ରିମକୋର୍ଟ: ୫ନୂଆ ବିଚାରପତିଙ୍କୁ ଶପଥପାଠ କରାଇଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଆଜି ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି । ଶପଥପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ିୱାଇ ଚନ୍ଦ୍ରଚୂଡ଼ । ୫ ନୂଆ ବିବାରପତି ଶପଥପାଠ ନେଲା ପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି ଏବଂ ୨ଟି ସିଟ୍ ଖାଲି ରହିଛି ।

ସୁପ୍ରିମକୋର୍ଟର ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ୫ଜଣ ନୂତନ ବିଚାରପତି, ଜଷ୍ଟିସ ପଙ୍କଜ ମିଶ୍ର, ଜଷ୍ଟିସ ସଂଜୟ କରୋଲ, ଜଷ୍ଟିସ ସଂଜୟ କୁମାର, ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହ ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ସର୍ବୋଚ୍ଚ ଅଦାଲତର ବିଚାରପତି ଭାବରେ ଶପଥପାଠ କରାଇଛନ୍ତି ।

ଭାରତର ଚିଫ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ସମସ୍ତ ଜର୍ଜଙ୍କ ଉପସ୍ଥିତିରେ ୫ଜଣ ଜର୍ଜଙ୍କୁ ଶପଥ ପାଠ କରାଇଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟରେ ୩୪ଟି ପଦବୀ ବିଚାରପତି ମାନଙ୍କ ପାଇଁ ରହିଛି । କିନ୍ତୁ ପୂର୍ବରୁ ୨୭ଟି ପଦବୀରେ ଜର୍ଜମାନେ ନିଯୁକ୍ତ ହେଉଥିଲେ । ଏହି ୫ଜଣ ଜର୍ଜ ନିଯୁକ୍ତି ପରେ ବର୍ତ୍ତମାନ ତାହା ବଢି ୩୨କୁ ବୃଦ୍ଧିପାଇଛି ଏବଂ ୨ଟି ସିଟ୍ ଖାଲି ରହିଛି ।

Get real time updates directly on you device, subscribe now.