fbpx

ବିବାଦ ମଧ୍ୟରେ ଆଦାନୀ ଗ୍ରୁପ୍‌କୁ ବଡ଼ ଝଟକା ଦେଲେ ଯୋଗୀ ସରକାର, ସ୍ମାର୍ଟ ମିଟର ଲଗାଇବା ଟେଣ୍ଡର ବାତିଲ

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମା ଆଦାନୀ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଲେଣି। ସମାନ ସମୟରେ ଉତ୍ତର ପ୍ରଦେଶ ସରକାର ଆଉ ଏକ ଝଟକା ଦେଇଛନ୍ତି। ଆଦାନୀ ଟ୍ରାନ୍ସମିଶନ, ଜିଏମ୍‌ଆର ଏବଂ ଇନଟେଲୀ ସ୍ମାର୍ଟ କମ୍ପାନୀରୁ ମିଳିବାକୁ ଥିବା ସ୍ମାର୍ଟ ମିଟର ଟେଣ୍ଡରକୁ ରଦ୍ଧ କରି ଦେଇଛନ୍ତି । ଉତ୍ତର ପ୍ରଦେଶ ଶରକାର ୨.୫ କୋଟି ପ୍ରିପେଡ୍ ମିଟର ଲଗାଇବାକୁ ଟେଣ୍ଡର କରିଥିଲେ, ଯାହାର ମୂଲ୍ୟ ୨୫ ହଜାର କୋଟି ଥିଲା ।

ମଧ୍ୟାଞ୍ଚଳ ବିଦ୍ୟୁତ ବିତରଣ ନିଗମ ଏହି ଟେଣ୍ଡର ବାତିଲ କରିଛି । ଏଥିରେ ମଧ୍ୟାଞ୍ଚଳ ନିଗମର କେବଳ ୫୪୫୪ କୋଟି ଟଙ୍କାର ଟେଣ୍ଡର ଥିଲା । ଟେଣ୍ଡରର ଅନୁମାନିକ ମୂଲ୍ୟ ପ୍ରାୟ ୪୮ରୁ ୬୫ ପ୍ରତିଶତ ଅଧିକ ଥିଲା । ଯେଉଁ କାରଣରୁ ଏହାକୁ ବିରୋଧ କରାଯାଉଥିଲା । ମିଟର ମୂଲ୍ୟ ୯ରୁ ୧୦ ହଜାର କୋଟି ଟଙ୍କା ଥିଲା, ଯେତେବେଳେ କି ଏହାର ଆନୁମାନିକ ମୂଲ୍ୟ ୬ ହଜାର ପ୍ରତି ମିଟର ଥିଲା ।

ଏଥିରେ, ମୈସର୍ସ ଆଦାନୀ ପାୱାର ଟ୍ରାନ୍ସମିସନ ବ୍ୟତୀତ ଜିଏମଆର ଏବଂ ଇଣ୍ଟେଲି ସ୍ମାର୍ଟ କମ୍ପାନୀ ଟେଣ୍ଡରର ପାର୍ଟ-୨ ଜିତିଥିଲେ ଏବଂ ସେମାନଙ୍କୁ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯିବ । ରାଜ୍ୟ ଗ୍ରାହକ ପରିଷଦ ମହଙ୍ଗା ମିଟର ସ୍ଥାପନ ବିଷୟରେ ଆଲୋଚନା କରିଥିଲେ ଏବଂ ପରିଷଦ ମଧ୍ୟ ନିୟାମକ ଆୟୋଗରେ ଏକ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଏହି ଅଭିଯୋଗ କରାଯାଇଥିଲା ।

Get real time updates directly on you device, subscribe now.