ଆମଷ୍ଟରଡାମ୍ :ବର୍ତ୍ତମାନ ସୁଦ୍ଧା ତୁର୍କୀ-ସିରିଆରେ ୪୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ସହ ୫୬୦୦ରୁ ଅଧିକ କୋଠା ଭାଙ୍ଗି ମାଟିରେ ମିଶିଯାଇଛି । ଭୂକମ୍ପର ତୀବ୍ରତା ୭.୮ ରହିଥିବା ବେଳେ ଏହାର ଭୟଙ୍କର ପ୍ରକୋପରେ ବିଲ୍ଡିଂଗୁଡ଼ିକ ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା । ଭୂକମ୍ପର ତାଣ୍ଡବ ଲୀଳାରେ କେବଳ ତୁର୍କୀରେ ୨୯୦୦ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୧୪,୪୮୩ ଜଣ ଆହତ ହୋଇଛନ୍ତି । ଅପରପକ୍ଷେ ସିରିଆର ନିୟନ୍ତ୍ରିତ ଓ ବିଦ୍ରୋହୀ ଅଞ୍ଚଳରେ ୧୪୫୧ ଜଣଙ୍କର ମୃତ୍ୟୁ ଘଟିବା ସହ ୩୫୩୧ ଜଣ ଆହତ ହୋଇଛନ୍ତି ।
ଗତକାଲି ତୁର୍କୀରେ ୩ଥର ଭୁକମ୍ପ ହୋଇଥିବା ବେଳେ ଆଜି ଅନ୍ୟଏକ ବାର ସେଠାରେ ଭୂକମ୍ପ ଅନୁଭୁତ ହୋଇଛି । ଗତ ୪୮ ଘଣ୍ଟା ଭିତରେ ଏହା ହେଉଛି ୪ର୍ଥ ଭୂକମ୍ପ । ଏହି ୪ର୍ଥ ଭୂକମ୍ପ ରିଏକ୍ଟର ସ୍କେଲରେ ୫.୬ ତୀବ୍ରତା ରହିଛି । ଏପର୍ଯ୍ୟନ୍ତ ସେଠାରେ ୪,୩୦୦ ମୃତ୍ୟୁ ସଂଖ୍ୟା ଚିହ୍ନଟ ହୋଇଛି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ନିଜର ମତ ପ୍ରକାଶ କରି କହିଛି ଯେ, ଭୂକମ୍ପରେ ୨୦,୦୦୦ ରୁ ଆଧିକ ମୃତ୍ୟୁ ମାମଲା ଆସିବ ।
Sooner or later there will be a ~M 7.5 #earthquake in this region (South-Central Turkey, Jordan, Syria, Lebanon). #deprem pic.twitter.com/6CcSnjJmCV
— Frank Hoogerbeets (@hogrbe) February 3, 2023
ତେବେ ତୁର୍କୀ ଓ ସିରିୟାରେ ଘଟିଥିବା ଭୟାବହ ଭୂମିକମ୍ପ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ ନେଦରଲାଣ୍ଡ୍ର ଫ୍ରାଙ୍କ୍ ହୁଗରବିସ । ଭୂମିକମ୍ପ ପ୍ରସଙ୍ଗରେ ଅନୁଧ୍ୟାନ କରୁଥିବା ‘ସୋଲାର ସିଷ୍ଟମ ଜିଓ ମାଟ୍ରି ସର୍ଭେ’ ସଂସ୍ଥାରେ ହୁଗରବି ଜଣେ ରିସର୍ଚ୍ଚ ସ୍କଲାରଭାବେ କାର୍ଯ୍ୟ କରୁଛନ୍ତି । ଆଜିକୁ ତିନିଦିନ ପୂର୍ବେ ସେ ଟ୍ଵିଟରରେ ଭୂମିକମ୍ପ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ। ଖୁବଶୀଘ୍ର ସାଉଥ୍-ସେଣ୍ଟ୍ରାଲ ତୁର୍କୀ, ଜୋର୍ଡାନ, ସିରିୟା ଏବଂ ଲେବାନନ୍ରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବ ବୋଲି ସେ କହିଥିଲେ। ସେତେବେଳେ ଟ୍ଵିଟର ଅନୁଗାମୀମାନେ ତାଙ୍କୁ ମିଛୁଆ ବୈଜ୍ଞାନିକର ଆଖ୍ୟା ଦେଇ ତାଚ୍ଛଲ୍ୟ କରିଥିଲେ । ତେବେ ସୋମବାର ତାଙ୍କର ଭବିଷ୍ୟବାଣୀ ସତ ପ୍ରମାଣିତ ହେବାପରେ ଦୁଗରବି ରି-ଟ୍ଵିଟ୍ କରି ତାଙ୍କ2 ସମାଲୋଚକଙ୍କ ମୁହଁ ବନ୍ଦକରିଦେଇଛନ୍ତି। ଭୂମିକମ୍ପରେ ଘଟିଥିବା କ୍ଷୟକ୍ଷତି ଯୋଗୁଁ ସେ ନିଶ୍ଚିତଭାବେ ମର୍ମାହତ, ତେବେତାଙ୍କର ଭବିଷ୍ୟବାଣୀ ସତ ହୋଇଥିବାରୁ କିଛିମାତ୍ରାରେ ଆତ୍ମସନ୍ତୁଷ୍ଟି ପାଇଥିବା ସେ ଟ୍ଵିଟର ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।