fbpx
BSKY SKY
BSKY SKY

KVS, NVS, IIT, NIT : ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଲୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୫୮୦୦୦ ପଦବୀ ଖାଲି

BSKY

ନୂଆଦିଲ୍ଲୀ: ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ଉଚ୍ଚଶିକ୍ଷା ସଂସ୍ଥାରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ୫୮,୦୦୦ ରୁ ଅଧିକ ପଦବୀ ଖାଲି ଅଛି । ସରକାର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ ସୁଭାଷ ସରକାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ବିଦ୍ୟାଳୟରେ ୧୨,୦୯୯ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କ ପାଇଁ ୧୩୧୨ ପଦବୀ ଖାଲି ଅଛି । ସେହିଭଳି ଜବାହର ନବୋଦୟ ବିଦ୍ୟାଲୟରେ ୩,୨୭୧ ଟି ଶିକ୍ଷକ ଏବଂ ୧,୭୫୬ ଟି ଅଣଶିକ୍ଷକ ପଦବୀ ଖାଲି ଅଛି ।

ଉଚ୍ଚଶିକ୍ଷା ସଂସ୍ଥାଗୁଡ଼ିକରେ ସର୍ବାଧିକ ଖାଲି ପଦବୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଛି, ଯେଉଁଠାରେ ୬,୧୮୦ ଶିକ୍ଷକ ପଦବୀ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ୧୫,୭୯୮ ପଦବୀ ପୂରଣ ହେବ । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ୪,୪୨୫ ଟି ଶିକ୍ଷକ ଏବଂ ଅଣଶିକ୍ଷକ ପାଇଁ ୫,୦୫୨ ଟି ପଦବୀ ଖାଲି ଅଛି, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ତଥା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ୨,୦୮୯ ଟି ଶିକ୍ଷକ ଏବଂ ୩,୭୭୩ ଟି ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ପଦବୀ ଖାଲି ଅଛି । ।

ମାସିକ ଛୁଟି ବିଷୟରେ କୌଣସି ପ୍ରସ୍ତାବ ନାହିଁ :-
ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଶିକ୍ଷାନୁଷ୍ଠାନଗୁଡ଼ିକରେ ମାସିକ ଋତୁସ୍ରାବ ହେତୁ ଛୁଟି ମଞ୍ଜୁର କରିବାକୁ ଆଇନ ଆଣିବାକୁ କୌଣସି ପ୍ରସ୍ତାବ ନାହିଁ । ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ ସୁଭାଷ ସରକାର ଏହି ଉତ୍ତର ଦେଇଛନ୍ତି । ମାସିକ ଋତୁସ୍ରାବ ସମ୍ପର୍କରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛୁଟି ପାଇଁ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ମନ୍ତ୍ରଣାଳୟରେ ସେପରି କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଉ ନାହିଁ ।

Get real time updates directly on you device, subscribe now.