fbpx

UPSC Civil Service2023: ବାହାରିଲା ୧୧୦୫ ପଦବୀ ପାଇଁ ନିୁଯୁକ୍ତି, ଆପଣବି କରିପାରିବେ ଆବେଦନ

ନୂଆଦିଲ୍ଲୀ: UPSC ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ପାଇଁ ପ୍ରସ୍ତୁତି ହେଉଥିବା ଛାତ୍ରଛାତ୍ରୀ ଏବଂ ଚାକିରୀ ଅପେକ୍ଷାରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି । ତେବେ UPSC ସିଭିଲ ସର୍ଭିସ ୧୧୦୫ ଟି ପଦବୀ ନିଯୁକ୍ତ ବାହାର କରିଛି । ଯେଉଁଥିରେ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଏଥିପାଇଁ ୟୁନିୟନ ଜନସେବା ଆୟୋଗର ଅଫିସିଆଲ୍ UPSC, upsc.gov.in ରେ ଯାଇ ଏହାକୁ ଆବେଦନ କରିପାରିବେ । ତେବେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ପୂର୍ବରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏହାର ଶେଷ ତାରିଖ ୨୧ ଫେବୃଆରୀ ୨୦୨୩ ରଖାଯାଇଛି । ଏହି ସମୟ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ତେବେ ସଫଳତାର ସହ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ମେ ୨୮ ରେ ଟଚଝଉ ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା କରାଯିବ । ଏଥିରେ ପାସ୍ କରିଥିବା ପ୍ରାର୍ଥୀମାନେ ୧୫ ସେପ୍ଟେମ୍ବର ୨୦୨୩ ରେ ମେନ୍ ପରୀକ୍ଷାରେ ସାମିଲ ହେବେ । ଟଚଝଉ ସିଭିଲ ସର୍ଭିସେସ୍ ପରୀକ୍ଷା ମାଧ୍ୟମରେ IAS, IPS, IFS ସହିତ ସମସ୍ତ ଭାରତ ସେବା ପାଇଁ ଅଧିକାରୀ ଚୟନ କରାଯାଇଛି । ଏଥିରେ ଯୋଗଦେବା ପାଇଁ ସ୍ନାତକୋତ୍ତର ପାସ୍ ପ୍ରାର୍ଥୀମାନେ ଆବେଦନ କରିପାରିବେ ଆବେଦନକାରୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୨ ବର୍ଷ ହେବା ଉଚିତ୍ । ସର୍ବାଧିକ ବୟସ ସୀମା ମଧ୍ୟରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଆରାମ ମଧ୍ୟ ଦିଆଯାଏ ।

ଚୟନ ପ୍ରକ୍ରିୟା ;
ପ୍ରାଥମିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ପରୀକ୍ଷା ଅଧୀନରେ ନିଆଯାଇଥିବା ପଦବୀରେ ପ୍ରାର୍ଥୀ ଚୟନ କରାଯାଇଥାଏ । ଅଧିକ ସୂଚନା ପାଇଁ, ପ୍ରାର୍ଥୀମାନେ UPSC ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୩ ର ବିଜ୍ଞପ୍ତି ଦେଖିପାରିବେ ।

UPSC ସିଭିଲ ସର୍ଭିସ ୨୦୨୩: ପଞ୍ଜିକରଣ ପାଇଁ ପଦକ୍ଷେପ

– UPSC upsconline.nic.inର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ ।
– ଏଠାରେ ଅନଲାଇନ୍ ଆବେଦନ ବଟନ୍ ଉପରେ କ୍ଲିକ୍ କରନ୍ତୁ
– ବର୍ତ୍ତମାନ ଆବଶ୍ୟକ ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ କରନ୍ତୁ ।
– ଏହାପରେ ସମିଟ୍ ଉପରେ କ୍ଲିକ୍ କରି ଅନଲାଇନରେ ଆବେଦନ ଶୁଳ୍କ ଦିଅନ୍ତୁ ।
– ଶେଷରେ ପରୀକ୍ଷା କେନ୍ଦ୍ର ଚୟନ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।

Get real time updates directly on you device, subscribe now.