fbpx

ସ୍ମୃତି ଇରାନୀଙ୍କ ଝିଅ ବିବାହ ; ବିନା ଭିଆଇପି ରେ, କେବଳ ୭୦ ଜଣରେ ବିବାହ ଶେଷ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଟିଭି ତାରକା ସ୍ମୃତି ଇରାନୀଙ୍କ ଝିଅ ଶାନେଲ ଇରାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅର୍ଜୁନ ଭାଲ୍ଲାଙ୍କ ସହ ତାଙ୍କର ବିବାହ ହୋଇଛି । ରାଜସ୍ଥାନର ଖିନଭସର ଦୁର୍ଗରେ ବିବାହ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଶାନେଲ ଏବଂ ଅର୍ଜୁନଙ୍କ ପ୍ରଥମ ବିବାହ ଫଟୋ ସାମ୍ନାକୁ ଆସିଛି । ଯାହା ବହୁତ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ରୀତିନୀତିରେ ବିବାହ ହୋଇଛି । ସ୍ମୃତି ଇରାନୀ ଶଙ୍ଖ ଫୁଙ୍କୁଥିବା ଫଟୋରେ ଦେଖିବାକୁ ମିଳିଛି ।

ଏହି ବିବାହରେ କେବଳ ଉଭୟ ପରିବାରର ସଦସ୍ୟ ଏବଂ କିଛି ମନୋନୀତ ଅତିଥି ଯୋଗ ଦେଇଥିଲେ। ଏହି ବିବାହରେ ରାଜସ୍ଥାନର ପାରମ୍ପାରିକ ରୀତିନୀତି ସହିତ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ବିବାହ ସମୟରେ ଦୁର୍ଗ ଆତସବାଜିରେ କମ୍ପି ଉଠିଥିଲା । ବିବାହ ପରେ ଉଭୟ ଉପସ୍ଥିତ ଲୋକଙ୍କ ଆଶୀର୍ବାଦ ନେଇଥିଲେ ।

ଲୁକ୍ ବିଷୟରେ କଥା ହେବା, ତେବେ ଅର୍ଜୁନ ଭାଲା ଏକ ଧଳା ରଙ୍ଗର ଶେରୱାନି ପିନ୍ଧିଥିଲେ ଏବଂ ଏକ ଲାଲ୍ ରଙ୍ଗର ପଗଡି ସାଙ୍ଗକୁ ମୋତି ହାର ମଧ୍ୟ ପିନ୍ଧିଥିଲେ । ସେହିପରି ଶାନେଲ ଏକ ଲାଲ୍ ରଙ୍ଗର ଭାରୀ କାମ ଲେହେଙ୍ଗା ପିନ୍ଧିଥିଲେ ।

ଖିନଭସର ଦୁର୍ଗରେ ଶାନେଲ ଏବଂ ଅର୍ଜୁନ ଭାଲ୍ଲାଙ୍କ ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା । ବିବାହରେ କୌଣସି ଭିଭିଆଇପି ଏବଂ ଭିଆଇପି ଯୋଗ ଦେଇନଥିଲେ। ସମସ୍ତଙ୍କୁ ଦୁର୍ଗ ଭିତରେ ଫୋନ ବ୍ୟବହାର କରିବାକୁ ବାରଣ କରାଯାଇଥିଲା। ବିବାହ ସମୟରେ ମଧ୍ୟ ଉଚ୍ଚ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କେବଳ ୭୦ ଜଣଙ୍କ ଉପସ୍ଥିତିରେ ଶାନେଲ ଏବଂ ଅର୍ଜୁନ ବନ୍ଧା ହୋଇଥିଲେ।

Get real time updates directly on you device, subscribe now.