fbpx

ଜେଲରେ ପିଜି ଡିପ୍ଲୋମା ପାସ୍ କଲେ ମାଓନେତା, ଅନ୍ତେବାସୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

ଭୁବନେଶ୍ୱର: ମାଓବାଦୀଙ୍କ ସର୍ଦ୍ଦାର ତୁନା କେଶବ ରାଓ ଓରଫ ଆଜାଦ ଜେଲରେ ରହି ପିଜି ଡିପ୍ଲୋମା ପାସ କରିଛନ୍ତି । ସେ ଝାରପଡା ଜେଲରେ ୧୨ ବର୍ଷ ଧରି ଅନ୍ତେବାସୀ ଭାବେ ରହିବା ପରେ ମଧ୍ୟ ପିଜି ଡିପ୍ଲୋମା ପାସ କରି ଉଚ୍ଚ ଶିକ୍ଷିତ ହୋଇଥିବା କଥା ସାମ୍ନାକୁ ଆସିଛି । ସେ ଜେଲରେ ରହି ଇଗ୍ନୋରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ୍ ରୁରାଲ ଡେଭଲପମେଣ୍ଟରେ ପାଠ ପଢି ପାସ୍ କରିଛନ୍ତି ।

ସୂଚନା ଅନୁସାରେ ୨୦୦୮ ମସିହାରେ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ଓ ପୋଲିସ ହତ୍ୟା ଏବଂ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ମାମଲାରେ ଆଜାଦର ସମ୍ପୃକ୍ତି ରହିଥିଲା । ଲୋକେ ଆଜାଦଙ୍କ ନା ଶୁଣି ଡରୁଥିଲେ କାରଣ ତାଙ୍କ ବନ୍ଧୁକ ସର୍ବଦା କଥା କହୁଥିଲା । ସେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭଳି ଦୁଇଟି ରାଜ୍ୟ ଲାଗି ମୋଷ୍ଟୱାଣ୍ଟେଡ୍ ତାଲିକାରେ ରହିଥିଲେ । ତାଙ୍କୁ ଧରିବା ଲାଗି ୧୦ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ଏବେ ଦୀର୍ଘ ୧୨ ବର୍ଷପରେ ପୁଣି ଚର୍ଚ୍ଚାରେ ଆସିଛନ୍ତି ମାଓନେତା । ସେ ଉଚ୍ଚଶିକ୍ଷିତ ହୋଇ ୭୬.୯୫% ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଝାରପଡ଼ା ଜେଲରେ ରହି ଏତେ ପାଠ ପଢିବାରେ ସେ ପ୍ରଥମ ଅନ୍ତେବାସୀ ବୋଲି କୁହାଯାଉଛି ।

ମାଓନେତା ଦିନକୁ ୬ଘଣ୍ଟା ପରିଶ୍ରମ କରି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାବ୍ୟତୀତ ସେ ଅନ୍ତେବାସୀଙ୍କୁ ପାଠ ପଢିବା ଲାଗି ପ୍ରୋତ୍ସାହିତ କରୁଛନ୍ତି । ଆଜାଦ୍ ଙ୍କ ଘର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ସେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାର ମୁଖ୍ୟ ସହଯୋଗୀ ରହିଥିଲେ । ସେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ଥିଲେ । ସେ ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶାର ମାଲକାନାଗିରି ଓ କୋରାପୁଟରେ ସକ୍ରିୟ ଭାବେ କାମ କରୁଥିଲା । ୨୦୦୮ରେ ନୟାଗଡ଼ରେ ଅସ୍ତ୍ରାଗାର ଲୁଟ୍ ଓ ପୋଲିସକୁ ହତ୍ୟା ଏବଂ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାରେ ଆଜାଦ୍ଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା । ପରେ ସେ ଆନ୍ଧ୍ରପ୍ରଦେଶ ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ । ସେଠାରୁ ଆସି ୨୦୧୧ ମସିହାରୁ ଝାରପଡ଼ା ଜେଲରେ ରହୁଛନ୍ତି ।

Get real time updates directly on you device, subscribe now.