fbpx

୨୦୨୪ରେ ୨୦୧୫ ଠାରୁ ହେବ ବଡ ଧମାକା, ଭ୍ରମରେ ରହିଛି ବିଜେପି : ଲାଲୁ ଯାଦବ

ନୂଆଦିଲ୍ଳୀ : ୨୦୨୪ରେ ୨୦୧୫ ଠାରୁ ବଡ ରେକର୍ଡ ତିଆରି କରିବୁ । କୌଣସି ଦଳ ଭ୍ରମରେ ନ ରହୁ । ଆମେ ଏବଂ ନୀତୀଶ କୁମାର ଏକତ୍ର ହୋଇଛୁ । ଭବିଷ୍ୟତରେ ମଧ୍ୟ ଏକଜୁଟ ରହିବୁ, କେହି ଭାଙ୍ଗି ପାରିବେ ନାହିଁ । ବିହାରର ବିକାଶ ପାଇଁ ହେଲେ ବିଜେପିକୁ ନିପାତ କରିବାକୁୂ ପଡିବ ବୋଲି ପୁର୍ନିଆରେ ଅନୁଷ୍ଠିତ ଏକ ବିଶାଳ ସମାବେଶ ରାଲିରେ ଲାଲୁ ଯାଦବ ବିଜେପିକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ।

ଶନିବାର ବିହାରର ପୁର୍ନିଆରେ ମହାଗଠବନ୍ଧନର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ସାତୋଟି ଦଳ ଅଂଶଗ୍ରହଣ କରିଥିଲେ । ଆରଜେଡି, ଜେଡିୟୁ, କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ରଣ ହୁଂକାର ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନଲାଇନ୍ ମାଧ୍ୟମ ମାଧ୍ୟମରେ ଏହି ରାଲିରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଉପସ୍ଥିତ ଥିଲେ ଏବଂ ବିଜେପିକୁ କଠୋର ଟାର୍ଗେଟ କରିଥିଲେ ।

ଏହି ରାଲିରେ ସାମିଲ ଥିବା ଜନତାକୁ ଲାଲୁ ଯାଦବ ମନେ ପକାଇ କହିଥିଲେ ଯେ ୨୦୧୫ରେ ଯେଭଳି ଭୋଟର ଶକ୍ତିର ପ୍ରଦର୍ଶନ ହୋଇଥିଲ, ତାହା ଅପେକ୍ଷା ୨୦୨୪ ରେ ଏକ ବଡ଼ ରେକର୍ଡ କରିବାକୁ ହେବ । ୨୦୧୫ ବିଧାନସଭା ନିର୍ବାଚନରେ ମହାଗଠବନ୍ଧନ ହ୍ୟାଟ୍ରିକ୍ ସ୍କୋର କରିଥିଲା। ୧୭୮ ଟି ସିଟ୍ ହାତେଇଥିଲା । ଏନଡିଏ ୫୮ ଟି, ଆରଜେଡି ୮୦ଟି, ଜେଡିୟୁ ୭୧ଟି ଏବଂ କଂଗ୍ରେସ ୨୭ ଟି ସିଟ୍ ହାସଲ କରିଇଥିଲା । ସେହିପରି ବିଜେପି ଖାତାକୁ ୫୩ ଟି ସିଟ୍ ଯାଇଥିଲା । ଏହିପରି ଅନ୍ୟ ଏକ ହ୍ୟାଟ୍ରିକ୍ ସ୍କୋର ପାଇଁ ଲାଲୁ ପୁଣି ଥରେ ଜନତାକୁ ଆହ୍ୱନ ଦେଇଛନ୍ତି ।

କେନ୍ଦ୍ର ସରକାର ଗରିବ ଲୋକଙ୍କୁ ପ୍ରଦାନ କରୁଥିବା ମାଗଣା ରାସନ କ’ଣ ବିଜେପି ନିଜ ଘରୁ ଆଣି ଦେଉଛି କି? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଲୋକମାନେ ରାସନ ବଣ୍ଟା ହେଉଛି। କେବଳ ଏତିକି ନୁହେଁ, ଲାଲୁ ଯାଦବ ବିଜେପିକୁ ଆରଏସଏସର ମାସ୍କ ବୋଲି କହିଛନ୍ତି, ସେ କହିଛନ୍ତି ଯେ ଆଠ ବର୍ଷ ପୂର୍ବେ ଆମେ କହିଥିଲୁ ଯେ ଆଗାମୀ ନିର୍ବାଚନରେ ଭାରତ ଭାଙ୍ଗିବ କିମ୍ବା ଏକଜୁଟ ହେବ। ଆଜି ପରିସ୍ଥିତିକୁ ଦେଖି ସେମାନେ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି । ଏହା ଏକ ଆଣ୍ଟି-ରିଜର୍ଭେସନ୍ ସଂସ୍ଥା । ଦେଶରେ ଏକଛତ୍ରବାଦୀ ଶାସନ ଅଛି, ଆରଏସଏସ ଯାହା ଚାହୁଁଛି, ନରେନ୍ଦ୍ର ମୋଦୀ ଏହା କରୁଛନ୍ତି। ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ଲାଲୁ ଯାଦବ କହିଛନ୍ତି ।

Get real time updates directly on you device, subscribe now.