fbpx

ଇଣ୍ଡିଆନ୍ ଅଏଲରେ ବଡ ନିଯୁକ୍ତି ; ଖାଲି ପଡିଛି ୧୦୬ଟି ପଦବୀ, ଭର୍ତ୍ତି ପାଇଁ ଶୀଘ୍ର ଆବେଦନ କରନ୍ତୁ

ନୂଆଦିଲ୍ଲୀ : ଇଣ୍ଡିଆନ୍ ଅଏଲ ସଂସ୍ଥାରେ ୧୦୬ଟି ପଦବୀରେ ହେବ ନିଯୁକ୍ତି । ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଅର୍ଥାତ୍ ୨୮ ଫେବୃଆରୀରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୨ ମାର୍ଚ୍ଚ ଏହାର ଶେଷ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀ iocl.com ଆବେଦନ କରିପାରିବେ ।

ଅନଲାଇନ୍ ଆବେଦନ ଆରମ୍ଭ ତାରିଖ – ୨୮.୦୨.୨୦୨୩
ଅନଲାଇନ୍ ଆବେଦନ ଶେଷ ତାରିଖ – ୨୨.୦୩.୨୩

୧୦୬ଟି ପଦବୀ ମଧ୍ୟରୁ ୯୬ଟି ଲେବଲ -୧ ଏଗ୍‌ଜିକ୍ୟୁଟିବ ଏବଂ ୧୦ଟି ଲେବଲ -୨ ଏଗ୍‌ଜିକ୍ୟୁଟିବ ପଦବୀରେ ନିଯୁକ୍ତି କରାଯିବ ।

ବୟସ ସୀମା : ଏଗ୍‌ଜିକ୍ୟୁଟିବ ଲେବଲ -୧ ପାଇଁ ବୟସ ସୀମା ୩୫ ରହିଥିବା ବେଳେ ଲେବଲ -୨ ଏଗ୍‌ଜିକ୍ୟୁଟିବ ପଦବୀ ପାଇଁ ବୟସ ସୀମା ୪୫ ବର୍ଷ ନିଦ୍ଧାରିତ କରାଯାଇଛି ।

ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତି ।
ହୋମ୍ ପେଜ୍ ରେ କ୍ୟାରିଅର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
ଆବେଦନ ସମ୍ବନ୍ଧୀୟ ନିଯୁକ୍ତିର ଲିଙ୍କରେ କ୍ଲିକ୍ କରନ୍ତୁ ।
ସମ୍ପୃକ୍ତ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
ଆବେଦନ ଶୁଳ୍କ ଦାଖଲ କରନ୍ତୁ ।
ଆବେଦନ ଫର୍ମ ଦାଖଲ କରନ୍ତୁ ଏବଂ ଆବେଦନର ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ ।

Get real time updates directly on you device, subscribe now.