fbpx

BJPର ପୂର୍ବତନ ଉପସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ: ଅବସ୍ଥା ଗୁରୁତର, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତସିଂହପୁରରୁ ଆସିଛି ଏକ ବଡ଼ ଖବର । ଜିଲ୍ଲା ବିଜେପିର ଜଣେ ପୂର୍ବତନ ଉପସଭାପତିଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଫଳରେ ପୂର୍ବତନ ଉପସଭାପତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଥମେ ତାଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ କିଛି ଯୁବକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଫଳରେ ତାଙ୍କୁ ପ୍ରଥମେ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।

ଅଜିତ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ସମୟରେ ପାରାଦୀପର ବଙ୍ଗାଳିପଡ଼ା ବସ୍ତି ନିକଟରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇପାରିନାହିଁ । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ଥାନୀୟ ପୋଲିସ ପ୍ରୟାସ ଜାରି ରଖିଛି । ଅନେକ ସମୟରେ ରାଜନୀତି ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଉପରେ ପ୍ରତିପକ୍ଷର ଲୋକମାନେ ଆକ୍ରମଣ କରିଥାନ୍ତି । ରାଜ୍ୟରେ ଏପରି ଏକାଧିକ ଘଟଣା ଦେଖିବାକୁ ପୂର୍ବରୁ ମିଳିଛି ।

Get real time updates directly on you device, subscribe now.