ନୂଆଦିଲ୍ଲୀ: ପାକିସ୍ତାନରେ ନିୟନ୍ତ୍ରଣ ବାହାରକୁ ଯାଇଛି ମୁଦ୍ରାସ୍ଫିତୀ । ଦରଦାମ୍ ବୃଦ୍ଧି ଏବେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । କାରଣ ଆମେରିକୀୟ ଡଲାରର ମୂଲ୍ୟ ଏବେ ପାକିସ୍ତାନରେ ୨୮୫ ଟଙ୍କାରେ ପହଞ୍ଚି ସାରିଛି, ଯାହା ଏକ ରେକର୍ଡ ହୋଇଛି । ତେବେ ପାଶ୍ଚାତ୍ୟ ଦେଶ ମୁଣ୍ଡରେ ଚୀନ ଏହି ଦୋଷ ଲଦି ଦେଇଛି । ପାକିସ୍ତାନର ଏଭଳି ପରିସ୍ଥିତି ପାଇଁ ପାଶ୍ଚାତ୍ୟ ଦେଶଗୁଡିକୁ ଦାୟୀ କରିଛି ଡ୍ରାଗନ । ତେବେ ପାକିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ରିପୋର୍ଟ ଜାରି କରିଛି ଏହହା ପାକିସ୍ତାନର ସରକାରଙ୍କ ପାଇଁ ମଧ୍ୟ ଚିନ୍ତା ବଢାଇ ଦେଇଛି ।
ରିପୋର୍ଟ ଅନୁସାରେ ପାକିସ୍ତାନର ୨୬ ବର୍ଷର ଋଣ ଏବେ ସର୍ବୋଚ୍ଚ ସ୍ତର(୨୦ ପ୍ରତିଶତ)ରେ ପହଞ୍ଚିଛି । ଏହାବ୍ୟତୀତ ପାକିସ୍ତାନ ଆଇଏମଏଫ ସହିତ ଅନ୍ୟ ଦେଶଗୁଡିକ ନିକଟରୁ ଉଧାର ମାଗିଚାଲିଛି । ତେବେ ପାକିସ୍ତାନ ଆଇଏମଏଫ ନିକଟରୁ ୧.୧ଡଲାର ପାଇବା ନେଇ ଆଶା ରଖିଛି । ତେଣୁ ସେ ଆଇଏମଏଫର ସମସ୍ତ ସର୍ତ୍ତ ମଧ୍ୟ ମାନି ନେବାକୁ ରାଜି ହୋଇଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇଏମଏଫ ସହ ପାକିସ୍ତାନର ଏ ପ୍ଲାନ ନେଇ କୌଣସି ଫଳପ୍ରଦ ହୋଇପାରିନାହିଁ । ତେବେ ଅର୍ଥନୈତିକ କ୍ଷେତ୍ରରେ ଋଣ ଦେବା ପାଇଁ ଆଇଏମଏଫ ପାକିସ୍ତାନକୁ ଏସବୁ ଲାଗୁ କରିବା ପାଇଁ ସର୍ତ୍ତ ରଖିଛି । ଷ୍ଟେଟ ବ୍ୟାଙ୍କ .ଅଫ ପାକିସ୍ତାନ କହିଛନ୍ତି ଯେ, ଚଳିତ ଅଥନୈତିକ ବର୍ଷ ପାଇଁ ମୁଦ୍ରାସ୍ଫିତୀ ଦରର ଅନୁମାନକୁ ସଂଶୋଧିତ କରି ୨୭-୨୯ ପ୍ରତିଶି କରି ଦିଆଯାଇଛି ।
ସେପଟେ ଏଡି ଘଟଣାକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସରକାରୀ ଋଣ ବୃଦ୍ଧି ପାଇଛି, ମୁଦ୍ରାସ୍ଫିତୀରେ ମାତ୍ରାଧିକ ବୃଦ୍ଧି, ଅର୍ଥନିତୀର ଦୁର୍ବଳ ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ଏବେ ୨.୯ ଆରବ ଡଲାରରୁ ତଳକୁ ଖସି ଆସିଛି । ଇମ୍ରାନ କହିଛନ୍ତି ଯେ, ସରକାର ଭାଙ୍ଗିବା ଲୋକଙ୍କ ପାଇଁ ମହଙ୍ଗା ପଡିଛି । ଏବେ ଲୋକମାନେ ଏହାର ପରିଣାମ ଭୋଗୁଛନ୍ତି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।