fbpx

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ହିଜାବ ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ । ସମସ୍ତ ଛାତ୍ରୀଙ୍କୁ ନିୟମ ପାଳନ କରିବାକୁ ପଡ଼ିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାର ନିର୍ଦ୍ଧାରିତ ନିୟମ ଅନୁସାରେ କାର୍ଯ୍ୟ କରୁଛନ୍ତି । ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସରକାରୀ ଶିକ୍ଷାନୁଷ୍ଠାନର ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ ବୋଲି କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ବି.ସି. ନାଗେଶ କହିଛନ୍ତି ।

ଶିକ୍ଷାମନ୍ତ୍ରୀ କହିଛନ୍ତି, ଯେଉଁ ମୁସଲମାନ ଛାତ୍ରୀମାନେ ହିଜାବ ପରିଧାନ କରି ଆସିବେ ସେମାନଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ଦିଆଯିବ ନାହିଁ । ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପ୍ରି-ୟୁନିଭରସିଟି (ପିୟୁସି) ପରୀକ୍ଷା ହିଜାବ ପିନ୍ଧିଥିବା ଛାତ୍ରୀମାନେ ଦେଇପାରିବେ ନାହିଁ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରୀଙ୍କୁ ୟୁନିଫର୍ମ ପିନ୍ଧିବାକୁ ପଡ଼ିବ । ହିଜାବ ପ୍ରତିବନ୍ଧକ ପରେ ପରୀକ୍ଷାରେ ବସିଥିବା ଥିବା ମୁସଲମାନ ଛାତ୍ରୀଙ୍କ ସଂଖ୍ୟାରେ ସୁଧାର ଆସିଛି । ଏହି କଟକଣା ଲାଗୁ ହେବା ପରେ ଅଧିକ ସଂଖ୍ୟକ ମୁସଲମାନ ଭଉଣୀ ପରୀକ୍ଷାରେ ସାମିଲ ହୋଇଥିଲେ ଓ ଅଧିକ ସଂଖ୍ୟକ ନାମାଙ୍କନ ହୋଇଥିଲା । ହିଜାବ ସମସ୍ୟା ପରେ ପରୀକ୍ଷା ଦେଇଥିବା ମୁସଲମାନ ଭଉଣୀଙ୍କ ସଂଖ୍ୟା ଓ ସେମାନଙ୍କର ନାମାଙ୍କର ଅନୁପାତରେ ବୃଦ୍ଧି ଘଟିଛି ।

କର୍ଣ୍ଣାଟକ ସରକାରୀ ସଂସ୍ଥାରେ ଛାତ୍ରୀଙ୍କୁ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଦେବା ନେଇ ନିର୍ଦ୍ଦେଶ ଦେବାକୁ ଦାବି କରି ଯାଚିକା ଦାୟର ହୋଇଥିଲା । ଗତ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏହି ଦାବିକୁ ଖାରଜ କରିଦେଇଥିଲେ । ଛାତ୍ରୀମାନେ ପୁଣି ଏକ ଶିକ୍ଷାବର୍ଷ ହରାଇବା ନେଇ ସମ୍ଭାବନା ରହିଥିବାରୁ ଜଣେ ଓକିଲ ତୁରନ୍ତ ନିଷ୍ପତ୍ତି ଶୁଣାଇବା ପାଇଁ ଅପିଲ କରିଥିଲେ । ପୂର୍ବରୁ ଛାତ୍ରୀଙ୍କର ଗୋଟିଏ ବର୍ଷ ବର୍ବାଦ ହୋଇସାରିଥିବା ବେଳେ ପୁଣି ଏକ ବର୍ଷ ବର୍ବାଦ ହୋଇଯିବ ବୋଲି ଓକିଲ ଜଣଙ୍କ କହିଥିଲେ । ମାତ୍ର ପିୟୁସି ପରୀକ୍ଷାରେ ହିଜାବକୁ ଅନୁମତି ନାହିଁ ବୋଲି ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ କହିଥିଲେ ।

Get real time updates directly on you device, subscribe now.