fbpx
BSKY SKY
BSKY SKY

ଏଚଆଇଭି ପଜିଟିଭ୍ ଛୁଞ୍ଚିକୁ ପୁନଃ ବ୍ୟବହାର କଲେ ଡାକ୍ତର, ପ୍ରଭାବିତ ହେଲେ ଅନେକ ଶିଶୁ ରୋଗୀ

BSKY

ଉତ୍ତରପ୍ରଦେଶ: ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଜଣେ ଛୋଟ ଶିଶୁ ଏଚଆଇଭି ପଜିଟିଭ୍ ପରୀକ୍ଷା କରିବା ପରେ ସେହି ଛୁଞ୍ଚିକୁ ଏକାଧୀକ ରୋଗୀଙ୍କ ଉପରେ ବ୍ୟବହାର ହୋଇଛି ବୋଲି ଶିଶୁର ସଂପକୀୟମାନେ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ରାନୀ ଅବନ୍ତି ବାଇ ଲୋଧି ସରକାରୀ ମେଡିକାଲ କଲେଜରେ ବ୍ୟବହୃତ ସମାନ ସିରିଞ୍ଜକୁ ସପ୍ତାହ ତଳେ ଆଡମିଟ ହୋଇଥିବା ଅନେକ ଶିଶୁଙ୍କ ଉପରେ ବ୍ୟବହାର ହୋଇଛି ବୋଲି ସେହି ଝିଅର ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଏହି ରୋଗୀ ନିର୍ଣ୍ଣୟ ପରେ ତାଙ୍କୁ ଡାକ୍ତରଖାନାରୁ ବାଧ୍ୟ କରାଯିବା ପରେ ଶିଶୁର ପିତାମାତା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଭେଟିଥିଲେ ।

ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନେ ପ୍ରତିଶୃତି ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ ଟୁଇଟ୍ କରି କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

Get real time updates directly on you device, subscribe now.