fbpx

ଆସନ୍ତାକାଲିଠାରୁ ଏଫ୍‍ଆଇଏଚ୍‍ ହକି ପ୍ରୋ-ଲିଗ୍‍: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଜର୍ମାନୀ

ଭୁବନେଶ୍ୱର: ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଏଫ୍‍ଆଇଏଚ୍‍ ହକି ପ୍ରୋ-ଲିଗ୍‍ ଆରମ୍ଭ ହେବ। ଏଠାରେ ଭାରତ ସମେତ ବିଶ୍ୱବିଜୟୀ ଜର୍ମାନୀ ଏବଂ ବିଶ୍ୱ ର‌୍ୟାଙ୍କିଙ୍ଗର ଚତୁର୍ଥସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ମୋଟ୍‍ ୬ଟି ମ୍ୟାଚ୍‍ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍‍ ଖେଳିବେ। ଆସନ୍ତାକାଲି ଭାରତ ତା’ର ପ୍ରଥମ ମ୍ୟାଚ୍‍ ଜର୍ମାନୀ ବିପକ୍ଷରେ ଖେଳିବ।

ସେହିଭଳି ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ, ୧୨ରେ ଭାରତ-ଅଷ୍ଟ୍ରେଲିଆ, ୧୩ରେ ଭାରତ ଜର୍ମାନୀ, ୧୪ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଏବଂ ୧୫ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‍ ଖେଳାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପ୍ରାୟ ୧୨୪କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବିର୍ସାମୁଣ୍ଡା ଆଥ୍‍ଲେଟିକ୍‍ ଷ୍ଟାଡିୟମ ଉଦ୍‍ଘାଟନ କରିବେ। ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହକି ତାଲିମ କେନ୍ଦ୍ର ତଥା ଆଷ୍ଟ୍ରୋଟ୍ରପ୍‍ ଷ୍ଟାଡିୟମ ଉଦ୍‍ଘାଟନ କରିବେ।

Get real time updates directly on you device, subscribe now.