fbpx

‘ମୁଁ ସନାତନ ହିନ୍ଦୁ …’ ମନ୍ଦିରରେ ମଟନ୍ ପହଞ୍ଚାଇବାକୁ ମନା କଲା ଡେଲିଭରି ବଏ

ନୂଆଦିଲ୍ଲୀ : ‘ମୁଁ ସନାତନ ହିନ୍ଦୁ …’ । ମନ୍ଦିରରେ ପରିସରରେ ମଟନ୍ ପହଞ୍ଚାଇବି ନାହିଁ । ତେଣୁ ଡେଲିଭରି କାମ ଛାଡିଛନ୍ତି ସ୍ୱିଗିର ଜଣେ ଡେଲିଭରି ବଏ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ଡେଲିଭରି ବଏ ଦିଲ୍ଲୀର ଏକ ହନୁମାନ ମାଣ୍ଡିର ପରିସରରେ ମଟନ୍ କୋରମା ଡେଲିଭରି କରିବାକୁ ମନା କରିଥିଲେ ।
ସ୍ୱିଗିର ଜଣେ ଡେଲିଭରି ବଏ ସଚିନ ପଞ୍ଚଲଙ୍କ ଅନୁଯାୟୀ ୨୮ ଫେବୃଆରୀ ଏବଂ ୧ ମାର୍ଚ୍ଚ ରାତି ପ୍ରାୟ ୧୨ ଟାରେ ଆଇଏସବିଟି ପରିସରରେ ନିର୍ମିତ ରାମ କାଚୋରୀ ଦୋକାନରେ ଏକ ଅର୍ଡର ପହଞ୍ଚାଇବାର ଥିଲା । ଅର୍ଡର ଥିଲା ରୁଟି ଓ ମଟନ୍ କୋରମା । ସଚିନ୍ ପଞ୍ଚଲ ସେଠାରେ ପହଞ୍ଚିବା ମାତ୍ରେ ସେ ଦେଖିବାକୁୂ ପାଇଥିଲେ ଯେ ଠିକଣାଟି ହେଉଛି ଏକ ହନୁମାନ ମନ୍ଦିରର । ସେଠାରୁ ହିଁ ସେ ଫେରି ଯାଇଥିଲେ ଏବଂ ଡେଲିଭରି କରିବେନି ବୋଲି ମନା କରି ଦେଇଥିଲେ । ଏହାର ଏକ ଭିଡିଓ ମଧ୍ୟ ରେକର୍ଡ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ସଚିନ କହିଛନ୍ତି ଯେ ‘ଗତ ମଙ୍ଗଳବାର ଦିନ ସେ ଯେତେବେଳେ ଠିକଣାରେ ପହଞ୍ଚିଥିଲେ ସେତେବେଳେ ସେ ହନୁମାନ ମନ୍ଦିର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ୩୬୫ ଦିନ ସେଠାରୁ ଅର୍ଡର ଆସେ କିନ୍ତୁ ସେ ଦିନ ମୁଁ ମନା କରିଥିଲି । ପରେ ସେହି ଅର୍ଡରକୁ ବାତିଲ କରିଦେଲି । ମୁଁ ସନାତନ ହିନ୍ଦୁ ହନୁମାନ ମନ୍ଦିରରେ ମଟନ୍ ଅର୍ଡର କରିବି ନାହିଁ ।

Get real time updates directly on you device, subscribe now.