fbpx

୧୫ ଜଣ ବିଧାୟକ ସସପେଣ୍ଡ: ହଙ୍ଗାମା କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଅନେକ ସମୟରେ ବିଧାୟକ ଓ ସାଂସଦଙ୍କୁ ବିଭିନ୍ନ କାରଣରୁ ଗୃହରୁ ସସପେଣ୍ଡ କରାଯାଇଥାଏ । କୌଣସି ଅଶୋଭନୀୟ କାର୍ଯ୍ୟ ବା ଖରାପ ଆଚରଣ ପାଇଁ ଗୃହର ଅଧ୍ୟକ୍ଷ ଏଭଳି କିଛି ନିଷ୍ପତ୍ତି ନେଇଥାନ୍ତି । ତେବେ ଏପରି କିଛି କାର୍ଯ୍ୟ କରି ରାଜ୍ୟ ବିଧାନସଭାରୁ ୧୫ ଜଣ ବିଧାୟକ ସସପେଣ୍ଡ ହୋଇଛନ୍ତି । ଉତ୍ତରାଖଣ୍ଡ ବିଧାନସଭା କାର୍ଯ୍ୟ ଚାଲିଥିବା ବେଳେ ଏହି ବିଧାୟକମାନେ ହଙ୍ଗାମା କରିଥିବା ଅଭିଯୋଗ ହୋଇଥିଲା ।

ସୂଚନା ମୁତାବକ, ରାଜ୍ୟ ବିଧାନସଭାର ବଜେଟ ଅଧିବେସନ ଚାଲିଥିବା ବେଳେ ବିପକ୍ଷ କଂଗ୍ରେସ ଦଳର ୧୫ ଜଣ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ସଦନରୁ ନିଲମ୍ବିତ କରାଯାଇଛି । ତେବେ ବାଚସ୍ପତିଙ୍କ ଏହି ନିଲମ୍ବନ ଆଦେଶ ନିଷ୍ପତ୍ତି ପରେ ବିରୋଧୀଙ୍କ ପକ୍ଷରୁ ହଙ୍ଗାମା, ନାରାବାଜି, ଭଙ୍ଗାରୁଜା ଦେଖିବାକୁ ମିଳିଥିଲା । ଏପରିକି କ୍ରୋଧରେ କଂଗ୍ରେସ ବିଧାୟକ ବିଧାନସଭା ସଚିବଙ୍କ ମାଇକ୍ ଭାଙ୍ଗିଦେଇଥିବା କୁହାଯାଉଛି ।

ତେବେ ବିଧାୟକଙ୍କମାନେ ବାଚସ୍ପତିଙ୍କ ଉପରକୁ ମଧ୍ୟ ବହି ଫୋପାଡ଼ିଥିଲେ । ଏହି ନିଲମ୍ବନ ଆଦେଶ ନିଷ୍ପତ୍ତି ଆସିବା ପରେ କଂଗ୍ରେସ ବିଧାୟକମାନେ ହଙ୍ଗାମା ମଚାଇଥିବା ବେଳେ ବହୁଜନ ସମାଜ ପାର୍ଟି (ବସପା) ଓ ନିର୍ଦ୍ଦଳୀୟ ବିଧାୟକମାନେ ମଧ୍ୟ କଂଗ୍ରେସ ବିଧାୟକଙ୍କୁ ସମର୍ଥନ କରିଥିଲେ । ଆଜି ଶୂନ୍ୟକାଳରେ ବାଚସ୍ପତି ବିଶେଷାଧିକାର କ୍ଷୂର୍ଣ୍ଣ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ଶୁଣାଇବାକୁ ଯାଉଥିବା ସମୟରେ ଏହି ହଙ୍ଗାମା ଆରମ୍ଭ ହୋଇଥିଲା । ଜଣେ ବିଧାୟକଙ୍କ ବିରୋଧରେ ଗତ ବର୍ଷ ବିଶେଷାଧିକାର ଉଲ୍ଲଂଘନ ନେଇ ଅଭିଯୋଗ ଆସିବା ସହ ଯାଚିକା ଦାୟର ହୋଇଥିଲା । ବିଧାୟକଙ୍କ ଘର ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ପୋଲିସ ତାଙ୍କ ବିରୋଧରେ କେସ ଦାୟର କରିଥିବା ଉକ୍ତ ବିଧାୟକ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.