fbpx

ଭାଙ୍ଗିଲା ସମସ୍ତ ରେକର୍ଡ: ପ୍ରଥମଥର ପାଇଁ ୧୦ ଗ୍ରାମ ପ୍ରତି ୬୦ ହଜାର ଅତିକ୍ରମ କଲା ସୁନା, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସୁନାର ଦାମ୍ ପ୍ରଥମଥର ଐତିହାସିକ ସ୍ତର ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଅତିକ୍ରମ କରିଛି । ସୋମବାର ୨୦ ମାର୍ଚ୍ଚ ୨୦୨୩ରେ ଏମସିଏକ୍ସ ଉପରେ କାରବାର ସମୟରେ ସୁନା ୧୦ ଗ୍ରାମ ପିଛା ୬୦.୦୬୫ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି ।

ଷ୍ଟକ୍ ମାର୍କେଟ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ନିବେଶକଙ୍କ ଅଧିକ ବିକ୍ରୟ ପରେ ନିବେଶକମାନେ ନିଜର ନିବେଶକୁ ସୁରକ୍ଷିତ ରଖିବା ପାଇଁ ସୁନାରେ ବିନିଯୋଗ କରୁଛନ୍ତି । ସୁନାରେ ବିକ୍ରି ବୃଦ୍ଧି ହେତୁ ସୁନା ଏକ ନୂତନ ଐତିହାସିକ ରେକର୍ଡ ସ୍ତରରେ ଟ୍ରେଣ୍ଡ କରୁଛି ।

ଏମସିଏକ୍ସ ଉପରେ ସୁନା ସକାଳେ ୫୯,୪୧୮ ଟଙ୍କାରେ ଖୋଲିଥିଲା । କିନ୍ତୁ ଦିନ ବଢ଼ିବା ସହ ସୁନା ପ୍ରଥମେ ୬୦,୦୦୦ ଅତିକ୍ରମ କଲା ଏବଂ ତା’ପରେ ୧୦ ଗ୍ରାମ ପ୍ରତି ୬୦,୪୧୮ ଟଙ୍କା ସ୍ତରରେ ପହଞ୍ଚିଲା । ଅର୍ଥାତ୍ ଆଜିର ବ୍ୟବସାୟରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ପ୍ରାୟ ୧୦୦୦ ଟଙ୍କା ବଢ଼ିଥିଲା । କେବଳ ସୁନା ନୁହେଁ ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟୁଛି । ରୂପା କିଲୋଗ୍ରାମ ପିଛା ୬୯,୦୦୦ ଟଙ୍କା ଅତିକ୍ରମ କରିଛି ଏବଂ ବର୍ତ୍ତମାନ କିଲୋଗ୍ରାମରେ ୬୯,୧୦୦ ଟଙ୍କା କାରବାର କରୁଛି ।

Get real time updates directly on you device, subscribe now.