fbpx

ଶୋଚନୀୟ ପରାଜୟ ପରେ ଛାଡିଲେ ଅଧିନାୟକ ପଦ: ଅଚାନକ ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି । ଏପଟେ ଭାରତ ଏବଂ ସେପଟେ ଶ୍ରୀଲଙ୍କା ଉଭୟଙ୍କୁ ଶେଷ ମ୍ୟାଚରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ତେବେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟକୁ ପାଳି ଏବଂ ୫୮ ରନରେ ବିଜୟୀ ହୋଇଛି । ଏହା ସହିତ ସିରିଜକୁ ୨-୦ରେ କ୍ଲିନ ସ୍ୱିପ କରି ନେଇଛି ନ୍ୟୁଜିଲାଣ୍ଡ । ତେବେ ଏହି ଶୋଚନୀୟ ପରାଜୟ ପରେ ଅଧିନାୟକ ନେଇଛନ୍ତି ଏକ ବଡ ନିଷ୍ପତ୍ତି ।

NZ vs SL: 3 reasons why Sri Lanka can upset New Zealand in Test series

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ । ଆସନ୍ତା ଆୟରଲାଣ୍ଡ ସିରିଜ ପରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ଦଳର ଚୟନକର୍ତ୍ତାଙ୍କୁ ସେ ସୂଚନା ଦେଇଛନ୍ତି । ତେଣୁ ଆଗାମୀ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ସାଇକେଲ ପାଇଁ ନୂଆ ଅଧିନାୟକ ନିଯୁକ୍ତ କରିବା ପାଇଁ କହିଛନ୍ତି କରୁଣାରତ୍ନେ । ଏହା ସହିତ ସେ କହିଛନ୍ତି ଯେ, ମୋ ବିଚାର ଅନୁସାରେ, ଶ୍ରୀଲଙ୍କାକୁ ଯଦି କୌଣସି ନୂଆ ଅଧିନାୟକ ମିଳିଲେ ଆସନ୍ତା ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଏହା ଭଲ ହେବ ।

Karunaratne prepared for Aussie pace attack

ତେବେ ଶେଷ ଟେଷ୍ଟ ମ୍ୟାଚରେ ଫଲୋ ଅନ୍ ପରେ ଶ୍ରୀଲଙ୍କା ୪୧୬ ରନ୍ ପଛରେ ରହିଥିଲା । ବିଜୟ ଶ୍ରୀଲଭ୍କାଠାରୁ ଖୁବ ଦୂରରେ ତିବା ଅନୁମାନ କରାଯାଉଥିଲା । କିନ୍ତୁ ସକାଳର ସେଶନ ଆରମ୍ଭ ହେବା ପରେ ମ୍ୟାଚ ବଞ୍ଚାଇବା ଆଶା ଅଧାରେ ରହିଯାଇଛି । ୪ ଜଣ କ୍ରିକେଟରଙ୍କ ଅର୍ଦ୍ଧଶତକ ପରେ ମଧ୍ୟ ଶ୍ରୀଲଙ୍କା ନିଜ ଲକ୍ଷ୍ୟରୁ ୫୮ ରନ୍ ପଛରେ ରହି ଯାଇଛି । ଏହାସହିତ ମ୍ୟାଚକୁ ପାଳି ସହ ୫୮ ରନରେ ପରାସ୍ତ ହୋଇଛି ଶ୍ରୀଲଙ୍କା ।

Get real time updates directly on you device, subscribe now.