fbpx

ପୁରୁଷଙ୍କୁ ନପୁଂସକ ଓ ମହିଳାଙ୍କୁ ବନ୍ଧ୍ୟା କରିପାରେ ପଲିଷ୍ଟର! ଗବେଷଣା ଓ ବିଶ୍ଳେଷଣରୁ ସୂଚନା

ଆଜିକାଲି ଲୋକମାନେ ପଲିଷ୍ଟର ପୋଷାକ ପିନ୍ଧିବାକୁ ବେଶୀ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ପଲିଷ୍ଟର ଆପଣଙ୍କୁ ନପୁଂସକ ବା ବନ୍ଧ୍ୟା କରିଦେଇପାରେ । ସବୁଠୁ ଲୋକପ୍ରିୟ ପୋଷାକ ଭାବେ ପରିଚିତ ପଲିଷ୍ଟର ପୁରୁଷଙ୍କୁ ନପୁଂସକ ଓ ମହିଳାଙ୍କୁ ବନ୍ଧ୍ୟା କରିଦେଇପାରେ ।

କୋଇଲା, ତେଲ ଓ ପାଣିର ରାସାୟନିକ ପ୍ରତିକ୍ରିୟାରୁ ପ୍ରସ୍ତୁତ କୃତ୍ରିମ ସିନ୍ଥେଟିକ୍‌ ବସ୍ତ୍ର ପଲିଷ୍ଟରକୁ ବୈଜ୍ଞାନିକ ଭାଷାରେ ପଲିଏଥିଲିନ୍‌ ଟେରେପ୍‌ଥାଲେଟ ବୋଲି ମଧ୍ୟ କୁହାଯାଏ । ପଲିଷ୍ଟର ବସ୍ତ୍ର ସହ ମହିଳାଙ୍କ ଗର୍ଭନଷ୍ଟ, ସନ୍ତାନହୀନତା, ବନ୍ଧ୍ୟାତ୍ବ ଏବଂ ପୁରୁଷଙ୍କ ନପୁଂସକତାର ସଂପର୍କ ରହିଥିବା ଗବେଷଣା ଓ ବିଶ୍ଳେଷଣରୁ ଜଣାପଡ଼ିଛି ବୋଲି ଦାବି କରିଛନ୍ତି ବାୟୋ ହ୍ୟାକର ଟିମ୍‌ ଗ୍ରେ । ଏକ ଇନ୍‌ଷ୍ଟାଗ୍ରାମ ଭିଡିଓରେ ସେ ଏ ସଂପର୍କିତ ଦାବି କରିବା ପରେ ଏ ନେଇ ଅନେକ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି ।

ପଲିଷ୍ଟର ଅନ୍ତଃବସ୍ତ୍ର ପିନ୍ଧିଲେ Reproductive ଜନିତ ସମସ୍ଯା ହେବା ସହ ଏହା ଉଭୟ ପୁରୁଷ ଓ ମହିଳାଙ୍କ ସନ୍ତାନ ଉତ୍ପାଦିକା ଶକ୍ତିକୁ ପ୍ରଭାବିତ କରିଥାଏ । ୧୯୯୨ ମସିହାରୁ ପଲିଷ୍ଟର ଉପରେ ଗବେଷଣା କରୁଥିବା ଏକ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପଲିଷ୍ଟରକୁ ଏକ ଗର୍ଭ ନିରୋଧକ ଭାବେ ବର୍ଣ୍ଣନା କରିଥିବା ଟିମ୍‌ ଗ୍ରେ କହିଛନ୍ତି । ୧୪ ଜଣ ସନ୍ତାନ ଉତ୍ପାଦନକ୍ଷମ ପୁରୁଷଙ୍କୁ ପଲିଷ୍ଟର ସ୍ଲିଙ୍ଗ ପିନ୍ଧାଇ ସେମାନଙ୍କ ଉପରେ ବର୍ଷେ ଧରି ଏକ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା । ସେମାନଙ୍କ ବୀର୍ଯ୍ୟରେ ଶୁକ୍ରାଣୁ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ଲକ୍ଷ୍ୟ କରାଯାଇଥିଲା । ଅଣ୍ଡକୋଷ ଚାରିପଟେ ପଲିଷ୍ଟର ସ୍ଲିଙ୍ଗ ପିନ୍ଧିବା ଯୋଗୁଁ ୨ଟି କାରଣ ପାଇଁ ବୀର୍ଯ୍ୟରେ ଶୁକ୍ରହୀନତା ଦେଖାଦେଇଥାଏ । ପ୍ରଥମତଃ ଅଣ୍ଡକୋଷ ନିକଟରେ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି ଓ ଦ୍ବିତୀୟତଃ ତାପମାତ୍ରା ନିୟନ୍ତ୍ରଣରେ ବ୍ୟାଘାତ ଯୋଗୁଁ ଏପରି ଘଟିଥାଏ ।

କେନ୍ଦ୍ରର ବଡ଼ ସୂଚନା; ଏହି କର୍ମଚାରୀଙ୍କ ପାଇଁ ଲାଗୁ ହେବ ପୁରୁଣା ପେନସନ!

ଏକ ବନ୍ଧ୍ୟାତ୍ବ ନିରାକରଣ ବା IVF କେନ୍ଦ୍ରର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରୁଚି ଭଣ୍ଡାରୀଙ୍କ ଅନୁଭୂତି ଅନୁସାରେ ୨୪ଟି କୁକୁରଙ୍କୁ ୨ଟି ଭାଗରେ ବିଭକ୍ତ କରି ଗୋଟିଏ ବର୍ଗକୁ ପଲିଷ୍ଟର ଅନ୍ତଃବସ୍ତ୍ର ପିନ୍ଧାଯାଇଥିଲା । ୨୪ ମାସ ପରେ ପଲିଷ୍ଟର ଅନ୍ତଃବସ୍ତ୍ର ପିନ୍ଧିଥିବା କୁକୁରମାନଙ୍କ ବୀର୍ଯ୍ୟରେ ଶୁକ୍ରାଣୁ ସଂଖ୍ୟା ପ୍ରାୟ ଶୂନ୍ୟ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଇଣ୍ଟରନାଲ ମେଡିସିନ୍‌ ବିଭାଗର ଡାକ୍ତର ଶ୍ରେୟ ଶ୍ରୀବାସ୍ତବ ମଧ୍ୟ ପଲିଷ୍ଟରକୁ ଅନ୍ତଃସ୍ରାବୀ ବ୍ୟାଘାତକାରୀ ଭାବେ ବର୍ଣ୍ଣନା କରିଛନ୍ତି । ଶରୀରରେ ଥିବା ପଲିଷ୍ଟରରୁ ସୃଷ୍ଟି ହେଉଥିବା ଇଲେକ୍ଟ୍ରୋଷ୍ଟାଟିକ ଚାର୍ଜ ଶୁକ୍ରାଣୁ ସଂଖ୍ୟା କମାଉଥିବା ବେଳେ ଏଥିରେ ଥିବା ରାସାୟନିକର ପ୍ରଭାବ ଯୋଗୁଁ ଶରୀରରେ ଟେଷ୍ଟୋଷ୍ଟିରନ ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ ।

ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରେ?

ବାଙ୍ଗାଲୋରର ମଣିପାଲ ହସ୍ପିଟାଲର ବନ୍ଧ୍ୟାତ୍ବ ନିରାକରଣ ବିଭାଗର ଡାକ୍ତର ଅରୁଣିମା ହାଲ୍‌ଦାରଙ୍କ ମତରେ ପଲିଷ୍ଟର ମହିଳାଙ୍କ କ୍ଷେତ୍ରରେ ଗର୍ଭସ୍ରାବ ବା ମିସ୍‌କ୍ୟାରେଜ୍‌ ଏବଂ ଆଭ୍ୟନ୍ତରୀଣ ଗର୍ଭନିରୋଧକ ପଦ୍ଧତିକୁ ଅକାମୀ କରିବାର ଆଶଙ୍କା ରହିଛି । ଏହାଛଡ଼ା ପଲିଷ୍ଟରର ନିରନ୍ତର ବ୍ୟବହାର ଦ୍ବାରା ନିଦ୍ରାହୀନତା, କିଡ୍‌ନୀ ଓ ଚର୍ମରୋଗ ସୃଷ୍ଟିର ଆଶଙ୍କା ମଧ୍ୟ ରହିଛି । ପଲିଷ୍ଟର ଏକ ପ୍ରକାର ପ୍ଲାଷ୍ଟିକ୍‌ ହୋଇଥିବାରୁ ଏହା ମାଇକ୍ରୋପ୍ଲାଷ୍ଟିକରେ ବିଭାଜିତ ହୋଇପାରେ । ଏଥିରୁ ଜାତ ରାସାୟନିକ ପଦାର୍ଥ ପୁରୁଷଙ୍କ ଅଣ୍ଡକୋଷ ନିକଟରେ ଥିବା ଚର୍ମ ଦ୍ବାରା ଶୋଷିତ ହୋଇ ଦୁଃସ୍ଥିତି ସୃଷ୍ଟି କରିପାରେ ବୋଲି ଡାକ୍ତର ଅରୁଣିମା କହିଛନ୍ତି ।

ଉଜାଲା ସିଗ୍‌ନସ୍‌ ଗ୍ରୁପ୍‌ ଅଫ ହସ୍ପିଟାଲର ଡାକ୍ତର ଅକ୍ତା ବଜାଜଙ୍କ ମତରେ ପଲିଷ୍ଟର ଆମ ଶରୀରର ଝାଳ ସଂସ୍ପର୍ଶରେ ଆସିବା ଦ୍ବାରା ଆଣ୍ଟିମୋନି ଅକ୍ସାଇଡ ନାମ ଏକ ରାସାୟନିକ ପଦାର୍ଥ ସୃଷ୍ଟି କରିଥାଏ । ଏହି ଆଣ୍ଟିମୋନି ଆଂଶିକ ଭାବେ ଝାଳରେ ଦ୍ରବୀଭୂତ ହୋଇ ଚର୍ମ ଦ୍ବାରା ଶରୀର ମଧ୍ୟକୁ ଯାଇଥାଏ । ଏହାଦ୍ବାରା ଲିଭର, ହୃତ୍‌ପିଣ୍ଡ, କିଡ୍‌ନି ଓ ଚର୍ମରୋଗ ସୃଷ୍ଟି ହୋଇପାରେ । ତେଣୁ ପଲିଷ୍ଟର ପିନ୍ଧିଲେ ବି ଏହା ଯେପରି ଆପଣଙ୍କ ଚର୍ମଠାରୁ ଦୂରେଇ ରହେ, ସେଥିପ୍ରତି ଧ୍ୟାନ ଦେବା ଉଚିତ । କିନ୍ତୁ ଜୈବିକ ପଦ୍ଧତିରେ ମିଳୁଥିବା ତୁଳା, ରେଶମ ବା ପଶମ ବସ୍ତ୍ର ପିନ୍ଧିବା ସବୁଠୁ ଭଲ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.