fbpx

ଆଜିଠୁ ମହଙ୍ଗା ହେଲା ମଦ: ଜାଣନ୍ତୁ କେତେ ବଢ଼ିଲା ଦାମ୍

ନୂଆଦିଲ୍ଲୀ: ମଦପ୍ରେମୀଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର । ୧ ଏପ୍ରିଲ୍ ୨୦୨୩ ରୁ ୟୁପିରେ ବିଦେଶୀ ଓ ଦେଶୀ ମଦ ଓ ବିୟରର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠାରୁ ମଦ ଦର ୧୦ ପ୍ରତିଶତ ବୃଦ୍ଧି ବଢ଼ିଯାଇଛି । ସୂଚନା ଅନୁଯାୟୀ, ୟୁପିରେ ନୂଆ ଏକ୍ସାଇଜ୍ ପଲିସି ଅଧୀନରେ ଲାଇସେନ୍ସ ଶୁଳ୍କରେ ୧୦% ବୃଦ୍ଧି ପରେ ସମସ୍ତ ବ୍ରାଣ୍ଡର ବିଦେଶୀ, ଦେଶୀ ଏବଂ ବିୟରର ମୂଲ୍ୟ ବୃଦ୍ଧି ପାଇଛି । ଦେଶୀ ମଦ ପ୍ୟାଭ୍ର ମୂଲ୍ୟ ୫ ଟଙ୍କା ବୃଦ୍ଧି ପାଇଥିବାବେଳେ ଲୋକପ୍ରିୟ ଇଂରାଜୀ ମଦ ବ୍ରାଣ୍ଡ ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି କରାଯାଇଛି । ଏହା ସହିତ ବିୟରର ମୂଲ୍ୟ ମଧ୍ୟ ୫ ରୁ ୭ ଟଙ୍କାକୁ ବୃଦ୍ଧି ପାଇଛି ।

ତେବେ ମଦ ମୂଲ୍ୟରେ ବୃଦ୍ଧି ହେବାର କାରଣ ହେଉଛି ଏଥର ଏକ୍ସାଇଜ୍ ବିଭାଗ ୪୫ ହଜାର କୋଟି ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଜାନୁଆରୀ ମାସରେ, ୟୁପି କ୍ୟାବିନେଟରେ ନୂତନ ଏକ୍ସାଇଜ୍ ପଲିସି ଅନୁମୋଦନ କରାଯାଇଥିଲା, ଯେଉଁଥିରେ ମଦ ବିକ୍ରେତାମାନଙ୍କୁ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ଦେଶୀ ଏବଂ ବିଦେଶୀ ମଦ ଏବଂ ବିୟର ବିକ୍ରି କରିବାକୁ ପଡ଼ିବ । ଏହା ସହିତ ମଡେଲ ଦୋକାନରେ ମଦ ଦର ୨ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ୟୁପିରେ ମଦ ଦୋକାନ ଖୋଲିବା ଏବଂ ବନ୍ଦ କରିବାର ସମୟ ସମାନ ରହିବ, କିନ୍ତୁ ବିଶେଷ ସମୟରେ ଯଦି ସରକାର ଅନୁମତି ଦିଅନ୍ତି, ତେବେ ଦୋକାନଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିପାରିବେ । ଏହା ବ୍ୟତୀତ ଗାଜିଆବାଦ, ନୋଏଡା ଏବଂ ଲଖନଉ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳର ପାଞ୍ଚ କିଲୋମିଟର ଦୂରତା ମଧ୍ୟରେ ଥିବା ହୋଟେଲ ଏବଂ କ୍ଲବଗୁଡିକରେ ମଦ ଲାଇସେନ୍ସ ଲାଇସେନ୍ସ ମଧ୍ୟ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.