fbpx

ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ ଗଣଶିକ୍ଷା ମନ୍ତ୍ରୀ ସୂଚନା

ଭୁବନେଶ୍ୱର: ପିଲାଙ୍କ ପାଠପଢ଼ା କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ଏପ୍ରିଲ୩ ତାରିଖରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠ ପଢ଼ା ଆରମ୍ଭ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏପ୍ରିଲ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଆଡମିଶନ ପ୍ରକ୍ରିୟା ଚାଲିବ ।ତେବେ ଯେଉଁ ପିତା ମାତା ମାନେ ତାଙ୍କ ପିଲାଙ୍କର ଆଡମିଶନ କରିବାକୁ ଚାହୁଁଛନ୍ତି ସେମାନେ ଏପ୍ରିଲରୁ ତାଙ୍କର ନାମ ଲେଖାଇ ପାରିବେ ।

ତେବେ ଏପ୍ରିଲ ଆରମ୍ଭ ରୁ ହିଁ ଅନେକ କିଛିରେ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହା ଭିତରେ ନୁତନ ଶିକ୍ଷା ବର୍ଷ ଆରମ୍ଭ ନେଇ ମଧ୍ୟ ସୂଚନା ମିଳିଛି । ଯେତେ ଶ୍ରୀଘ୍ର ଆଡମିଶନ ହେବ ସେତେ ଶୀଘ୍ର ପାଠ ପଢ଼ା ମଧ୍ୟ ଆରମ୍ଭ ହୋଇ ଯିବ ।

Get real time updates directly on you device, subscribe now.