ଭୁବନେଶ୍ୱର: ଚଳିତବର୍ଷର ତାପମାତ୍ରାରେ ଆଜି ରେକର୍ଡ ସୃଷ୍ଟି କରିଛି ବାରିପଦା ସହର । ପ୍ରଥମ ଥର ପାଇଁ ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଏହା ଚଳିତବର୍ଷର ସର୍ବାଦିକ ତାପମାତ୍ରା ଭାବେ ରେକର୍ଡ ହୋଇଛି । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟର ଅନ୍ୟ କିଛି ସହରରେ ତାପମାତ୍ରା ୪୦ ପାଖାପାଖି ପହଞ୍ଚିଛି । କିନ୍ତୁ ବାରିପଦାରେ ଅସହ୍ୟ ହୋଇଛି ଖରାର ପ୍ରକୋପ ।
ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ଡ଼ିଗ୍ରୀ ଅତିକ୍ରମ କଲା ସର୍ବୋଚ୍ଚ ଦିନ ତାପମାତ୍ରା #ବାରିପଦା ରେ ସର୍ବୋଚ୍ଚ ଦିନ ତାପମାତ୍ରା #୪୦ଡ଼ିଗ୍ରୀ ରେକର୍ଡ
— Meteorological Centre, Bhubaneswar (@mcbbsr) April 10, 2023
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ #ତାପମାତ୍ରା
ଝାରସୁଗୁଡା: ୩୯.୬ ଡ଼ିଗ୍ରୀ
ସମ୍ବଲପୁର: ୩୯.୬ ଡ଼ିଗ୍ରୀ
ଭୁବନେଶ୍ୱର: ୩୯.୦ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୦ ଡ଼ିଗ୍ରୀ
ହୀରାକୁଦ: ୩୭.୬ ଡ଼ିଗ୍ରୀ
ବାଲେଶ୍ୱର: ୩୬.୪ ଡ଼ିଗ୍ରୀ
କେନ୍ଦୁଝର: ୩୬.୨ ଡ଼ିଗ୍ରୀ
ପୁରୀ: ୩୩.୬ ଡ଼ିଗ୍ରୀ
ପାରାଦୀପ: ୩୩ ଡ଼ିଗ୍ରୀ
ଗୋପାଳପୁର: ୩୧.୬ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) April 10, 2023
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାରିପଦା ସହର ଆଜି ଡହଡହ ଖରାର ପ୍ରକୋପରେ ହନ୍ତସନ୍ତ ହେଉଛି । ଚଳିତବର୍ଷ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ଭାବେ ବାରିପଦା ଆଜି ୪୦ ଡିଗ୍ରୀ ଛୁଇଁଛି । ତେବେ ଅନ୍ୟ ସହରଗୁଡିକ ୪୦ ଡିଗ୍ରୀରୁ କମ୍ ରହିଛନ୍ତି । ବାରିପଦା ସହର ପରେ ଦ୍ୱିତୀୟରେ ଝାରସୁଗୁଡା ଏବଂ ସମ୍ବଲପୁରର ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ଓ ଚାନ୍ଦବାଲିରେ ୩୯ ଡିଗ୍ରୀ, ହୀରାକୁୁଦରେ ୩୭.୬ ଡିଗ୍ରୀ, ବାଲେଶ୍ୱରରେ ୩୬.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହାପରେ କେନ୍ଦୁଝରର ତାପମାତ୍ରା ୩୬.୨ ଡିଗ୍ରୀ ହୋଇଥିବା ବେଳେ ପୁରୀରେ ୩୩.୬, ପାରାଦୀପରେ ୩୩ ଏବଂ ଗୋପାଳପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୧.୬ ଡିଗ୍ରୀ ରେକର୍ଡ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।