fbpx

SSC CGL 2023 : ସିବିଆଇ, ଆଇବି ଏବଂ ମନ୍ତ୍ରଣାଳୟରେ ହେବ ନିଯୁକ୍ତି, ଖାଲି ପଡିଛି ୭୫୦୦ ପଦବୀ, ଏମାନେ କରି ପାରିବେ ଫ୍ରି ରେ ଆବେଦନ

ନୂଆଦିଲ୍ଲୀ : ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସୀ ଖବର । ସେମାନଙ୍କ ପାଇଁ ୭୫୦୦ ପଦବୀ ପାଇଁ ନିଯୁକ୍ତି ବାହାରିଛି। SSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ସିବିଆଇ, ଆଇବି ଏବଂ ଅନ୍ୟାନ୍ୟ ମନ୍ତ୍ରଣାଳୟରେ ଚାକିରି ପାଇବେ। ଏଥିପାଇଁ ବିଜ୍ଞପ୍ତି ଜାରି ହୋଇସାରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ssc.nic.in ରେ SSC ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।

SSC CGL ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩ ମଇ ୨୦୨୩ । ସ୍ନାତକୋତ୍ତର ପାସ୍ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତେଣୁ ଆବେଦନ କରିବାକୁ ବହୁତ ସମୟ ଅଛି । ତେବେ ପ୍ରାର୍ଥୀଙ୍କୁ ଶେଷ ତାରିଖକୁ ଅପେକ୍ଷା ନ କରି ଯଥାଶୀଘ୍ର ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି । ସଫଳତାର ସହ ଆବେଦନ କରିଥିବା ପ୍ରାର୍ଥୀମାନେ ୭ ଏବଂ ୮ ମଇରେ ସେମାନଙ୍କ ଫର୍ମରେ ସଂଶୋଧନ କରିପାରିବେ। ଏଥିପାଇଁ ଏକ ପୃଥକ ଲିଙ୍କ୍ ଦିଆଯାଇଛି ।

SSC CGL Tier One CBT ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପରୀକ୍ଷା ଜୁଲାଇ ୧୪ ରୁ ୨୭ ମଧ୍ୟରେ ହେବ। ପ୍ରଥମ ପର‌୍ୟ୍ୟାୟରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ହାଜର ହେବେ। ଏଥିପାଇଁ ଏକ ପୃଥକ ବିଜ୍ଞପ୍ତି ଜାରି କରାଯିବ । ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଫି ଜମା କରିବାକୁ ପଡିବ । ଅନ୍ୟପକ୍ଷରେ ମହିଳା ପ୍ରାର୍ଥୀ, ଏସସି, ଏସଟି, ପିଡବ୍ଲ୍ୟୁଡି ଏବଂ ଇଏସଏମ ପ୍ରାର୍ଥୀଙ୍କୁ ଏହି ଦେୟ ଦେବାକୁ ପଡିବ ନାହିଁ।

Get real time updates directly on you device, subscribe now.