fbpx

ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ,୧୧ ।୧୨: ୨୦୦୨ ଗୋଧ୍ରା ଟ୍ରେନ୍ ପୋଡି ଘଟଣାର ପରବର୍ତ୍ତୀ ଦଙ୍ଗା ମାମଲାକୁ ନେଇ ଆଜି ଗୁଜୁରାଟ ବିଧାନସଭାରେ ନାନାବତୀ କମିସନ ରିପୋର୍ଟ ଉପସ୍ଥାପିତ ହୋଇଛି । ଏହି ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍ ଦେଇଛନ୍ତି କମିସନ । ଏହା ସହ ମନ୍ତ୍ରୀମଣ୍ଡଳର ଅନ୍ୟ ଅଭିଯୁକ୍ତ ସଦସ୍ୟଙ୍କୁ ମଧ୍ୟ କ୍ଲିନଚିଟ୍ ଦେଇଛନ୍ତି କମିସନ । ଅନ୍ୟପଟେ ଅରବୀ ଶ୍ରୀକୁମାର, ରାହୁଲ ଶର୍ମା ଓ ସଞ୍ଜୀବ ଭଟ୍ଟଙ୍କ ଉପରେ ପ୍ରଶ୍ନ ଉଠିଛି ।

ତେବେ ଗୋଧ୍ରାରେ ସାବରମତୀ ଏକ୍ସପ୍ରେସ ପୋଡିଦେବା ପରେ ହିଂସା ବ୍ୟାପିବାରେ ଲାଗିଥିଲା । ନାନାବତୀ କମିସନ ୨ଟି ଭାଗରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । ୨୦୦୮ରେ ପ୍ରଥମ ଓ ୨୦୧୪ରେ ଦ୍ୱିତୀୟ ଭାଗ ଦାଖଲ କରାଯାଇଥିଲା । ୨୦୧୪ରେ ଦାଖଲ ରିପୋର୍ଟ ଆଜି ଉପସ୍ଥାପିତ ହୋଇଛି ।

Get real time updates directly on you device, subscribe now.