ନୂଆଦିଲ୍ଲୀ: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିବା ଭାଷଣ ଦେବା ସମୟରେ ହୋଇଛି ବଡ଼ ବିସ୍ଫୋରଣ । ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ତେବେ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ଫୁମିଓ କିସିବା ସୁରକ୍ଷିତ ଥିବା ଜାପାନର ଗଣମାଧ୍ୟମରୁ ସୂଚନା ମିଳିଛି ।
ଅନ୍ୟପଟେ ଘଟଣାସ୍ଥଳରୁ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ପୋଲିସ । ବାକାୟମାରେ ନିର୍ବାଚନୀ ଭାଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍ମୋକ ବୋମାରେ ଆକ୍ରମଣ କରାଯାଇଥିଲା । ବୋମା ପକାଯିବା ପରେ ଆଖପାଖ ଅଞ୍ଚଳ ଧୁଆଁ ଧୁଆଁ ହୋଇଥିଲା । ଘଟଣାସ୍ଥଳରେ ଥିବା ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏହି ଘଟଣାର ଏକ ଭିଡିଓ ଏକ ସାମ୍ନାକୁ ଆସିଛି ।
岸田さんの演説でまさか目の前で… pic.twitter.com/RcXWnYbuzB
— ゆき (@yukiko_070) April 15, 2023
ଅନ୍ୟପଟେ ସଭାରେ ବୋମା ବିସ୍ଫୋରଣ ପରେ ବି ଅଳ୍ପକେ ବର୍ତ୍ତିଯାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିବା । କୁହାଯାଉଛି କି, ସେ ଶାସନରେ ଥିବା ଲିବରାଲ ଡେମୋକ୍ରାଟିକ ପାର୍ଟିର ଜଣେ ପ୍ରାର୍ଥୀଙ୍କ ସମର୍ଥନରେ ଏକ ଭାଷଣ ଦେବାକୁ ଯାଇଥିଲେ ।