fbpx

ସୁଡାନରେ ଗୃହଯୁଦ୍ଧ ଆରମ୍ଭ ; ଜାତିସଂଘର ୩ କର୍ମଚାରୀଙ୍କ ସମେତ ୪୭ ମୃତ ଓ ୩୮୦ ଆହତ

ଖାର୍ତୁମ୍ : ସୁଡାନରେ ଆରମ୍ଭ ହୋଇଯାଇଛି ଗୃହଯୁଦ୍ଧ । ଏହି ଯୁଦ୍ଧରେ ଅତି କମରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ମିଳିତ ଜାତିସଂଘର ତିନିଜଣ କର୍ମଚାରୀ ଅଛନ୍ତି। ଦେଶରେ କ୍ଷମତା ଦଖଲ କରିବା ପାଇଁ ସେନା ସହିତ ଯୁଦ୍ଧକୁ ଡେଇଁଥିବା ସଶସ୍ତ୍ର ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦାବି କରିଛି ଯେ ଦେଶର ରାଷ୍ଟ୍ରପତି ଭବନ ଏବଂ ତିନୋଟି ବିମାନବନ୍ଦର ମଧ୍ୟ ତାଙ୍କ ଦଖଲରେ ରହିଛି । ଗୃହଯୁଦ୍ଧରେ ଫସି ରହିଥିବା ସୁଡାନର ଅବସ୍ଥାକୁ ନେଇ ବିଶ୍ୱ ସମୁଦାୟ ଚିନ୍ତା ପ୍ରକଟ କରିଛନ୍ତି ଏବଂ ହିଂସା ବନ୍ଦ କରିବାକୁ ସମସ୍ତ ପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ସୁଡନର ରାଜଧାନୀ ଖାର୍ତୁମ୍‌ରେ ଅନେକ ଲୋକ ଗୁଳି ଚଳାଇଛନ୍ତି। ରାଷ୍ଟ୍ରପତି ଭବନ, ସରକାରୀ ଟିଭି ଏବଂ ସେନା ମୁଖ୍ୟାଳୟରେ ସେନା ଏବଂ ଏହାର ପ୍ରତିଦ୍ୱନ୍ଦ୍ୱୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଥିଲା। ମୃତକଙ୍କ ମଧ୍ୟରେ ଜାତିସଂଘର ତିନିଜଣ କର୍ମଚାରୀ ଅଛନ୍ତି । ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ସଂର୍ଘଷ ଜାରି ରହିଛି ।

ସୁଡାନର ଡାରଫୁର ଅଞ୍ଚଳର ସହର ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ହିଂସା ହୋଇଥିବା ସୂଚନା ମିଳିଛି। ସେନା କହିଛି ଯେ ଜେଟ୍ସ ଆରଏସଏଫ ସ୍ଥିତିକୁ ଆକ୍ରମଣ କରୁଛି। ଶନିବାର ରାତିରେ ସୁଦାନର ବାୟୁସେନା ଲୋକଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଖାର୍ତୁମ ବାସିନ୍ଦାମାନେ ଆତଙ୍କ ଏବଂ ଭୟରେ ବଞ୍ଚିଛନ୍ତି ।

Get real time updates directly on you device, subscribe now.