fbpx

କ୍ଲାସ ରୁମରେ ଖସି ପଡିଲା ଫ୍ୟାନ୍ ; ଦୁଇ ଜଣ ଛାତ୍ର ଗୁରୁତର

ଭୁବନେଶ୍ୱର : ଗୋପବନ୍ଧୁ ବିଜ୍ଞାନ ମହା ବିଦ୍ୟାଳୟରେ ବଡ ଧରଣର ଅଘଟଣ ଘଟିଛି । କ୍ଲାସ ରୁମରେ ସିଲିଙ୍ଗ ଫ୍ୟାନ୍ ଖସି ପଡି ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଏଥିରେ ୨ ଜଣ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ମୁଣ୍ଡ ଓ ବେକରେ ଆଘାତ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଏହି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି ।

Get real time updates directly on you device, subscribe now.