fbpx

ଆସିବ ସିନେମାଟୋଗ୍ରାଫ୍ ଆକ୍ଟ ୨୦୨୩, କେନ୍ଦ୍ର କ୍ୟାବିନେଟରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜିକାଲି କିଛି ଫିଲ୍ମ ସିନେମା ଘରେ ହେଉ କିମ୍ବା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାର କିଛି ସମୟରେ ଏହା ବିଭିନ୍ନ ୱେବସାଇଟରେ ଅନିୟମିତ ଭାବେ ଉପଲବ୍ଧ ହେଉଛି। ଯାହାକୁ ଲୋକେ ବିନା କୌଣସି ଟଙ୍କା ଖର୍ଚ୍ଚ କରି ଦେଖି ପାରୁଛନ୍ତି। ଆଉ ଫିଲ୍ମର ପ୍ରସ୍ତୁତକର୍ତ୍ତାମାନେ କ୍ଷତି ସହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିନେମାଟୋଗ୍ରାଫ୍ ଆକ୍ଟ ୨୦୨୩ ଆଣିବାକୁ ଯାଉଛନ୍ତି।

ଅର୍ଥାତ ଚଳଚ୍ଚିତ୍ରର ଡକାୟତି ବନ୍ଦ କରିବା ପାଇଁ ସିନେମାଟୋଗ୍ରାଫ୍ ଆକ୍ଟ ୨୦୨୩ ଆଣିବାକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ସଂସଦ ଅଧିବେଶନରେ ସିନେମାଟୋଗ୍ରାଫି ବିଲ୍ ୨୦୨୩ କୁ ଅଣାଯିବ। ଚଳଚ୍ଚିତ୍ର ଜଗତ, କଳାକାର ଏବଂ ପ୍ରଶଂସକଙ୍କ ସହ ଜଡିତ ଏକ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନ ଧରି ଏପରି ନିୟମ ଆଣିବା ପାଇଁ ସମସ୍ତ ପକ୍ଷ ଅନୁରୋଧ କରୁଥିଲେ।

ସେହିପରି ମୋଦୀ ସରକାର ମଧ୍ୟ ଜାତୀୟ କ୍ୱାଣ୍ଟମ୍ ମିଶନ ପାଇଁ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୬,୦୦୩ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହାର ସମୟସୀମା ୨୦୨୩-୨୪ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଅଟେ। ଏଥିପାଇଁ ଚାରୋଟି ହବ୍ ତିଆରି କରାଯିବ। ସେଗୁଡିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମିଶନ ନିର୍ଦ୍ଦେଶକ ଦ୍ୱାରା ପରିଚାଳିତ ହେବ। ଏହି ମିଶନକୁ ମାର୍ଗଦର୍ଶନ କରିବା ପାଇଁ ଏକ ଶାସକ ଦଳ ରହିବ। କ୍ୱାଣ୍ଟମ୍ ଟେକ୍ନୋଲୋଜି ହେଉଛି ପଦାର୍ଥ ବିଜ୍ଞାନର ଏକ ଶାଖା। ବତ୍ତମାନ ସମୟରେ କମ୍ପ୍ୟୁଟରରେ ବ୍ୟବହୃତ ଟେକ୍ନୋଲୋଜି ଅପେକ୍ଷା ଏହା ଭଲ ବୋଲି ବିବେଚନା କରାଯାଏ। ଅନେକ ଦେଶରେ ଏହାର ବ୍ୟବହାର ସଫଳ ହୋଇଛି। ଏହା ମାଧ୍ୟମରେ, ତଥ୍ୟକୁ ପ୍ରକ୍ରିୟାକରଣ କରିବା ଏବଂ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବା ସହଜ ଅଟେ।

 

Get real time updates directly on you device, subscribe now.