fbpx

Video: ବିହାରରୁ ଦୌଡ଼ି ଆସିଲେ କାଳିଆ ପାଖକୁ, ଜୀବନରେ ପ୍ରେମ କରି ନାମ ନେଇଛନ୍ତି ..

ପୁରୀ: ଜୀବନକୁ ବୁଝୁ ବୁଝୁ ବହୁତ ସମୟ ଚାଲିଗଲା ମୁହଁର ନିଷ ଦାଢି ପାଚିଗଲା। କିନ୍ତୁ ମୁଁ ଯାହା ଦେଖିଲି ଆଉ ଶିଖିଲି ଏଦୁନିଆକୁ କହିବି। ନହଲେ ଏମିତି ବିତିଜୀବ ସମୟ। ଚାଲିଯିବ ଯବନ
କିଛି କରିପାରିବ ନାହିଁ ଜୀବନରେ। ସୁଦୂର ବିହାରରୁ ଆସି ଶ୍ରୀକ୍ଷେତ୍ରରେ ସଚେତନତାର ବାର୍ତା ବାଣ୍ଟୁଛନ୍ତି ଧନେଶ୍ ସାହା। ରିକ୍ସା ଚଳାଇ ବଡଦାଣ୍ଡରେ ସେ ନିଶାମୁକ୍ତ ସମାଜ ଓ ଶୈକ୍ଷିକ ସମାଜର ଆହ୍ୱାନ ଦେଇ ଏହି ସଚେତନତାର ଯାତ୍ରା କରୁଥିବା ବେଳେ ସବୁ ଧର୍ମ ସମାନ, ଧର୍ମ ଓ ଜାତିକୁ ନେଇ ନିଜନିଜ ମଧ୍ୟରେ କନ୍ଦଳ ସମିଚୀନ ନୁହେଁ ବୋଲି ମତ ଦେଇଛନ୍ତି।

୨୦୦୫ ମସିହାରୁ ରିକ୍ସା ଚଳାଇ ଧନେଶ୍ ଭାରତ ଭ୍ରମଣ ଯାତ୍ରା ଆରମ୍ଭ କରିଥିବା ବେଳେ ୨୦୧୯ ମସିହା ଲକ ଡାଉନ ସମୟରେ ମଧ୍ୟ ଶ୍ରୀକ୍ଷେତ୍ର ଆସିଥିଲେ। ହେଲେ ପୋଲିସର କଡା ପ୍ରହରା ତାଙ୍କୁ ବାଇପାସ୍ ରୁ ହିଁ ଫେରିବାକୁ ବାଧ୍ୟ କରିଥିଲା । ତେବେ ଭାରତର ସମଗ୍ର ଅଞ୍ଚଳ ବୁଲି ସାରିଥିବା ବେଳେ ଆସାମ, ଶ୍ରୀନଗର ହରିଦ୍ୱାର ଭ୍ରମଣ ବାକି ରହିଛି । ତାହାକୁ ଖୁବଶୀଘ୍ର ସମାପ୍ତ କରିବେ ବୋଲି ସେ କହିଛନ୍ତି। ତେବେ ବଲିଉଡ଼ ତାରକା ଧର୍ମେନ୍ଦ୍ରଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ଏହି ରିକ୍ସା ଯାତ୍ରା ଆରମ୍ଭ କରିଥିବା ବେଳେ ରିକ୍ସାରେ ଦେଶ ମାତୃକା ପାଇଁ ତ୍ୟାଗ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋକୁ ସ୍ଥାନ ଦେଇଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.