fbpx
BSKY
BJD SHG SKY
BJD MC SKY

ଆଗାମୀ ୩୬ ଘଣ୍ଟା ଦିନ ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ: ଆଗାମୀ ୨୪ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ମଧ୍ୟାହ୍ନ ଦୁଇଟା ସୁଦ୍ଧା କଟକଠାରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୫/୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡ଼ା ଠାରେ ତାପମାତ୍ରା ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ଏବଂ ଭୁବନେଶ୍ୱରରେ ତାପମାତ୍ରା ୪୦ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଉ ଦୁଇଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅପରପକ୍ଷରେ ଗୁରୁଚାପ ଦୁର୍ବଳ ହେବାଯୋଗୁଁ ଆସନ୍ତା ଶନିବାର ଓ ରବିବାର ରାଜ୍ୟର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଆଜି ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା: ୪୨.୮ ଡ଼ିଗ୍ରୀ, ଭୁବନେଶ୍ୱର: ୪୨.୬ ଡ଼ିଗ୍ରୀ ଚାନ୍ଦବାଲି: ୪୧.୨ ଡ଼ିଗ୍ରୀ, ସମ୍ବଲପୁର: ୪୧.୨ ଡ଼ିଗ୍ରୀ, କେନ୍ଦୁଝର:୪୦.୬ ଡ଼ିଗ୍ରୀ ହୀରାକୁଦ: ୪୦.୪ ଡ଼ିଗ୍ରୀ , ବାଲେଶ୍ୱର: ୩୯.୦ ଡ଼ିଗ୍ରୀ , ପୁରୀ: ୩୩.୦ ଡ଼ିଗ୍ରୀ, ଗୋପାଳପୁର:୩୩.୦ ଡ଼ିଗ୍ରୀ , ପାରାଦୀପ:୩୨.୦ ଡ଼ିଗ୍ରୀ ରେକର୍ଡ ତାପମାତ୍ରା କରାଯାଇଛି।

ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନ ର ସମ୍ଭାବନା ନଥିବା ବେଳେ ପରବର୍ତୀ ସମୟରେ ଦିନ ତାପମାତ୍ରା ଧୀରେଧୀରେ ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ କମିବାର ସମ୍ଭାବନା ରହିଛି। ତେଣୁ ଆଗାମୀ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ସହ ସ୍ୱାଭାବିକ ତୁଳନାରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି।

ଆଗାମୀ ୨୪ଘଣ୍ଟା ପାଇଁ ମୟୁରଭଞ୍ଜ, ଝାରସୁଗୁଡା, ଖୋର୍ଦ୍ଧା, ଏବଂ କଟକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି।

 

Get real time updates directly on you device, subscribe now.