fbpx
BSKY
BJD SHG SKY
BJD MC SKY

ଗୌତମ ବୁଦ୍ଧଙ୍କ ମହତ୍‍ ବାଣୀ ଯୁଗ ଯୁଗ ଧରି ଅସଂଖ୍ୟ ଲୋକଙ୍କୁ ଅନୁପ୍ରାଣିତ କରିଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗୌତମ ବୁଦ୍ଧଙ୍କ ମହତ୍‍ ବାଣୀ ଯୁଗ ଯୁଗ ଧରି ଅସଂଖ୍ୟ ଲୋକଙ୍କୁ ଅନୁପ୍ରାଣିତ କରିଛି । ବୁଦ୍ଧ ନିରାକାର ଏବଂ ସେ ହେଉଛନ୍ତି ବ୍ୟକ୍ତିବିଶେଷଙ୍କ ବୁଝାମଣା ଊର୍ଦ୍ଧ୍ୱରେ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀକୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମୋଦୀ କହିଛନ୍ତି, ଭଗବାନ ବୁଦ୍ଧଙ୍କ ବାଣୀ ଦ୍ୱାରା ଅନୁପ୍ରାଣିତ ହେଇ ବିଶ୍ୱ କଲ୍ୟାଣ ପାଇଁ ଭାରତ ନୂଆ ନୂଆ ଉଦ୍ୟମ ଆରମ୍ଭ କରିଛି।

ସେ କହିଛନ୍ତି, କେନ୍ଦ୍ର ସରକାର ନିରନ୍ତର ଭାବେ ଭଗବାନ ବୁଦ୍ଧଙ୍କ ମୂଲ୍ୟବୋଧକୁ ପ୍ରସାର କରୁଛନ୍ତି । ଏହି କ୍ରମରେ ଭାରତ ଓ ନେପାଳରେ ବୁଦ୍ଧ ସର୍କିଟ୍‍ ବିକଶିତ କରାଯାଇଛି । ଏହା ସହ କୁଶିନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଲୁମ୍ବିନିଠାରେ ଭାରତ ଅନ୍ତର୍ଜାତୀୟ ବୌଦ୍ଧ ସଂସ୍କୃତି କେନ୍ଦ୍ର ସ୍ଥାପନ କରାଯାଇଛି । ସେ କହିଛନ୍ତି ଅମୃତକାଳ ସମୟରେ ଭଗବାନ ବୁଦ୍ଧଙ୍କଠାରୁ ପ୍ରେରଣା ନେଇ ଭାରତ ଅନେକ ବିଷୟବସ୍ତୁ ଉପରେ ନୂଆ ନୂଆ ଉଦ୍ୟମ ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସାରା ବିଶ୍ୱକୁ ବୁଦ୍ଧଙ୍କୁ ଦେଇଛି, ଯୁଦ୍ଧ ନୁହେଁ । ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ଯୁଦ୍ଧ ଓ ଅଶାନ୍ତ ପରିବେଶର ସମାଧାନ ପାଇଁ ଭଗବାନ ବୁଦ୍ଧ ବହୁ ପୁରାତନ କାଳରୁ ସମାଧାନର ପନ୍ଥା ଦେଇଛନ୍ତି । ଭବିଷ୍ୟତ ପାଇଁ ଭଗବାନ ବୁଦ୍ଧ ହେଉଛନ୍ତି, ପଥପ୍ରଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.