fbpx

ବ୍ଲୁ ଠିକ୍ ପାଇଁ ଟଙ୍କା ଦେବାକୁ ପଡିବ , ଆଜି ଠାରୁ ଲାଗୁ ହେଲା ନୂଆ ନିୟମ !

ନୂଆଦିଲ୍ଲୀ : ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ପୁଣି ଏକ ପରିବର୍ତ୍ତନ ଆସିଛି । ୟୁଜର୍ସଙ୍କୁ ବ୍ଲୁ ଠିକ୍ ଆଉ ମାଗଣାରେ ମିଳିବ ନାହିଁ । ଏଥିପାଇଁ ଦେୟ ଦେବାକୁ ପଡିବ । ଏପ୍ରିଲ୍ ୨୦ ହେଉଛି ଶେଷ ସମୟ । ଟ୍ୱିଟରର ନୂତନ ସିଇଓ ଏଲୋନ୍ ମସ୍କ ଏହି ଘୋଷଣା କରିଛନ୍ତି ।

ନୂଆ ନିୟମ ଅନୁଯାୟୀ, ଯଦି ଆପଣ ଟ୍ୱିଟରରେ ବ୍ଲୁ ଠିକ୍ ଚାହୁଁଛନ୍ତି, ତେବେ ଟଙ୍କା ଦେଇ କିଣିବାକୁ ପଡିବ । ଏହା ବାଧ୍ୟତାମୂଳକ । ଯେଉଁମାନେ ଦେୟ ପୈଠ କରିବେ ନାହିଁ ସେମାନଙ୍କ ଆକାଉଣ୍ଟରୁ ବ୍ଲୁ ଠିକ୍ କୁ ହଟାଇ ଦିଆଯିବ । ଏପ୍ରିଲ ୨୦ ତାରିଖ ପର ଠାରୁ ଏହାକୁ କଡାକଡି ଭାବରେ ପାଳନ କରାଯିବ ।

ଭାରତରେ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ପ୍ଲାନର ମୂଲ୍ୟ ଆଇଓଏସରେ ମାସିକ ୯୦୦ ଟଙ୍କା ଏବଂ ୱେବସାଇଟରେ ମାସିକ ୬୫୦ ଟଙ୍କା ରଖାଯାଇଛି। ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ମାସିକ ଯୋଜନା ହେଉଛି ୯୦୦ ଟଙ୍କା । ଯଦି ଉପଭୋକ୍ତାମାନେ ଚାହାଁନ୍ତି, ସେମାନେ ୯,୪୦୦ ଟଙ୍କା ଦେଇ ଏକ ବର୍ଷ ପାଇଁ ବ୍ଲୁ ଠିକ୍ ନେଇପାରିବେ ।

Get real time updates directly on you device, subscribe now.