fbpx

(Video) ରାଜଧାନୀରେ ବୋମାମାଡ଼: ରସୁଲଗଡ଼ର ଓଭରବ୍ରିଜ୍ ଉପରୁ ଫୋପାଡ଼ିଲେ ଦୁଇଟି ବୋମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ବଡ଼ ଖବର । ଆଜି ରାଜଧାନୀର ଏକ ହୋଟେଲରେ ବୋମାମାଡ଼ କରାଯାଇଛି । ରସୁଲଗଡ଼ ନିକଟରେ ଏହି ଘଟଣା ଘଟିଥିବା ବେଳେ ବୋମାମାଡ଼ରେ ହୋଟେଲର କାଚ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆଜି ରାତିରେ ରାଜଧାନୀର ରସୁଲଗଡ଼ ସ୍ଥିତ ଏକ ହୋଟେଲ ଉପରେ କେହି ବୋମାମାଡ଼ କରିଥିଲେ । ରସୁଲଗଡ଼ ଥାନା ନିକଟରେ ଏହି ଘଟଣା ଘଟିଥିଲା । ହୋଟଲ ଉର୍ମି ଉପରେ ଏହି ବୋମାମାଡ଼ କରାଯାଇଥିଲା । ଦୁଇଜଣ ଦୁର୍ବୃତ୍ତ ଓଭର ବିଜ୍ର ଉପରୁ ହୋଟେଲ ଉପରକୁ ବୋମାମାଡ଼ କରିଥିଲେ । ତେବେ ଦୁର୍ବୃତ୍ତମାନେ ଫିଙ୍ଗିଥିବା ଦୁଇଟି ବୋମା ମଧ୍ୟରୁ ଗୋଟିଏ ଫୁଟି ଥିବା ବେଳେ ଆଉ ଗୋଟିଏ ଫୁଟି ନଥିଲା । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଥିଲା ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗ୍ରାମରେ ବୋମାମାଡ଼ ହୋଇଥିଲା । ଉକ୍ତ ବୋମାମାଡ଼ ଘଟଣାରେ ୨ ଜଣ ବ୍ୟକ୍ତି ଆହତ ହୋଇଥିଲେ । ପୂର୍ବ ଶତ୍ରୁତାରୁ ବୋମାମାଡ଼ କରାଯାଇଥିବା ଜଣାପଡ଼ିଥିଲା । ସେହିପରି ଗତବର୍ଷ ଅଗଷ୍ଟ ମାସରେ ରାଜଧାନୀ ଉପକଣ୍ଠ ଏୟାରଫିଲଡ୍ ଥାନା ପଞ୍ଚୁପଲି ଗ୍ରାମରେ ବୋମାମାଡ଼ କରାଯାଇଥିଲା । ରାତିରେ ବୋମାମାଡ଼ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଦୁଇଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.