fbpx

Video: “ନବ ଦାସ ପ୍ରେତ ହେଇକି ଘୁରି ବୁଲୁଛନ୍ତି, ତାଙ୍କ ଆତ୍ମା ତାଙ୍କ ଝିଅକୁ ରକ୍ଷା କରୁଛି..ନବ ଦାସ ନିଜେ ମୋତେ କହିଛନ୍ତି “

ଭୁବନେଶ୍ୱର: ଝାରସୁଗୁଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢି ଚାଲିଛି । ଏହାରି ମଧ୍ୟରେ ଜଣେ ଆଧ୍ୟତ୍ମିକ ବାବା ସ୍ୱର୍ଗତ ନବ ଦାସଙ୍କ ଉପରେ ଦେଇଥିବା ଏକ ମନ୍ତବ୍ୟ ଚର୍ଚ୍ଚା ପାଲଟିଛି। ବ୍ୟକ୍ତି ଜଣକ ନିଜକୁ ପ୍ରେତାତ୍ମା ସଂଘର ସଭାପତି କହୁଥିବା ବେଳେ ସ୍ୱର୍ଗତ ନବ ଦାସ ପ୍ରେତ ହୋଇ ଘୁରି ବୁଲୁଛନ୍ତି ଆଉ ତାଙ୍କର ଆତ୍ମା ତାଙ୍କ ଝିଅ ଦିପାଳି ଦାସଙ୍କୁ ରକ୍ଷା କରୁଛନ୍ତି। ଆଉ ଏହି କଥା ନବ ଦାସ ସ୍ୱୟଂ ତାଙ୍କୁ କହିଥିବା ବ୍ୟକ୍ତି ଜଣକ କହିଛନ୍ତି। କେବଳ ଏତିକି ନୁହେଁ, ଝାରସୁଗୁଡା ନିର୍ବାଚନକୁ ୪୦ ଲକ୍ଷ ୧ ପ୍ରେତାତ୍ମା ଯିବେ ବୋଲି ମଧ୍ୟ ସେ ଦାବି କରିଛନ୍ତି।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ବିପିନ କୁମାର ରାଉତରାୟ, ଘର ଭୁବନେଶ୍ୱର ଭରତପୁର ଅଞ୍ଚଳରେ। ସେ ଏହା ମଧ୍ୟ କହିଛନ୍ତି ଯେ, ବିଜ୍ଞାନ କହିଲେ ସେମିତି କିଛି ବଡ଼ ଜିନିଷ ନୁହେଁ, ଏହା କ୍ଷଣସ୍ଥାୟୀ ଯାହା ପ୍ରାକୃତିକ ନୁହେଁ । ଆଜି ପର୍ଯ୍ୟନ୍ତ ବିଜ୍ଞାନରର କୌଣସି ଜିନିଷ ଦିର୍ଘ ମିଆଦି ପର୍ଯ୍ୟନ୍ତ ବ୍ୟବହାର ହୋଇନାହିଁ, କିମ୍ବା ଆଗକୁ ହେବନାହିଁ । ଏହା ସବୁବେଳେ ପରିବର୍ତ୍ତନଶୀଳ ଏବଂ ଏହାର କୌଣସି ବାସ୍ତବତା ନଥାଏ। ମାଧ୍ୟାକର୍ଷଣ ଶକ୍ତି ଭାରତର ଆର୍ଯ୍ୟଭଟ୍ଟ ଉଦ୍ଧାଭାବନ କରିଥିଲେ, ଯାହାକୁ କିଛି ବିଦେଶି ସଂସ୍ଥା ଏବଂ ଲୋକେ ଯେଉଁମାନେ ସନାତନ ଧର୍ମ ବିରୋଧୀ ଅଟନ୍ତି । ସେମାନେ ଏହାକୁ ଚୋରାଇ ନେଇ ନିଉଟନ୍ ଥିଓରୀ ବୋଲି କହିଲେ ।

ତେବେ ବ୍ୟକ୍ତି ଜଣକ ନିଜକୁ ଭୁତ ସଂଘର ସଭାପତି କହୁଥିବା ବେଳେ, ପ୍ରେତମାନେ ତାଙ୍କୁ ସାହାଯ୍ୟ ମାଗିଲେ ସେ ସାହାଯ୍ୟ କରନ୍ତି ବୋଲି କହିଛନ୍ତି । ଏବେ ତାଙ୍କ ପ୍ରେତ ସଂଘରେ ୪୦ ଲକ୍ଷ ମେମ୍ବର ଅଛନ୍ତି, ନିକଟରେ ଜଣେ ଋଷିଆନ୍ ପ୍ରେତ ମଧ୍ୟ ଆସିଛନ୍ତି ତାଙ୍କ ନାଁ ପୁଟିନ୍ । ଋଷିଆନ୍‌ଙ୍କୁ ମିଶାଇ ତାଙ୍କ ନିକଟରେ ଥିବା ପ୍ରେତ ସଂଖ୍ୟା ୪୦ ଲକ୍ଷ ୧ ହୋଇଥିବା ବେଳେ ପରବର୍ତ୍ତି ନମ୍ବର ନବ ଦାସଙ୍କର ରହିଛି । ତେବେ ପ୍ରେତ ମାନଙ୍କର ବେଠକରେ ସେମାନେ ତାଙ୍କ ନିକଟରେ ବସନ୍ତି ଏବଂ ତାଙ୍କର ସୁଖ ଓ ଦୁଖଃ ଜଣାନ୍ତି ବୋଲି ମଧ୍ୟ ବ୍ୟକ୍ତି ଜଣକ ଦାବି କରିଛନ୍ତି ।

Get real time updates directly on you device, subscribe now.