fbpx

ପୋଖରୀରୁ ଉଦ୍ଧାର ହେଲା ଏକ ଭୟଙ୍କର ମାଛ: ଅନ୍ୟ ପ୍ରଜାତିକୁ ଧ୍ୱଂସ କରିଦେବ, ମଣିଷକୁ ମଧ୍ୟ ଆକ୍ରମଣ କରୁଛି ଏହି ୧୨ ଫୁଟିଆ ଜୀବ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ କିଛି ବିରଳ ଜୀବଜନ୍ତୁ ଦେଖାଯାଇଥାନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ୟ୍ୟାନ୍ୱିତ କରିଦେଇଥାଏ । ତେବେ ନିକଟରେ ଏକ ନୂଆ ପ୍ରଜାତିର ମାଛ ପୋଖରୀରେ ଦେଖିବାକୁ ମିଳିଛି । କୁମ୍ଭୀର ପରି ଦେଖାଯାଉଥିବା ଏହି ମାଛକୁ ମଧୁର ଜଳରୁ ଠାବ କରାଯାଇଛି । ଏହି ମାଛ ପୋଖରୀରୁ ଇକୋସିଷ୍ଟମକୁ ବଦଳାଇ ଦେଇପାରେ ବୋଲି କୁହାଯାଉଛି । ଏହି ମାଛର ନାମ ହେଉଛି ‘ଆଲିଗେଟର ଗାର’ ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ପୋଖରୀରେ ଏହି ମାଛ ଦେଖିବାକୁ ମିଳିଛି । ଏହି ମାଛର ଲମ୍ବ ପାଖାପାଖି ୧.୫ ଫୁଟ ରହିଥିବା ବେଳେ ଏହା ୧୨ ଫୁଟ ପର୍ୟ୍ୟନ୍ତ ବଢ଼ିବାରେ ବୋଲି କୁହାଯାଉଛି । ଏହି ଭୟଙ୍କର ମାଛ ମଣିଷକୁ ଆକ୍ରମଣ କରିବା ସହିତ ପୋଖହୀର ଅନ୍ୟ ପ୍ରଜାତିଙ୍କୁ ମଧ୍ୟ ଏହା ନିପାତ କରିଦେବାର କ୍ଷମତା ରଖିଥାଏ । ନିକଟରେ ଏହି ମାଂସାସୀ ମାଛକୁ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ବନ ବିଭାଗ ଅଧିକାରୀମାନେ ତାକୁ ଧରିଥିଲେ ।

ବିଶେଷଜ୍ଞଙ୍କ ମୁତାବକ, ଏହି ମାଛ ପ୍ରଥମେ ଉତ୍ତର ଆମେରିକାରେ ଦେଖିବାକୁ ମିଳିଥିଲା । ତେବେ ଏହି ମାଛର ମଞ୍ଜି ଦ୍ୱାରା ଭୋପାଳରେ ତା’ର ବଂଶ ବିସ୍ତାର ହୋଇଥିବା ଅନୁମାନ କରାଯାଉଛି । ଏହି ମାଛ ୧୮-୨୦ ବର୍ଷ ପର୍ୟ୍ୟନ୍ତ ବଞ୍ଚିଥାଏ । କୁମ୍ଭୀର ପରି ମୁହଁ ଓ ଦାନ୍ତ ରହିଥିବାରୁ ଏହାକୁ କ୍ରୋକୋଡାଇଲ ଫିଶ ମଧ୍ୟ କୁହାଯାଇଥାଏ । ଭୋପାଳର ଏକ ବଡ଼ ପୋଖରୀରୁ ଜଣେ ବ୍ୟକ୍ତି ଏହି ମାଛକୁ ଧରିଥିଲେ । ତେବେ ଏହି ମାଛର ଆକାର ବହୁତ ବଡ଼ ହୋଇଥିବାରୁ ଏହା ମଗର ମାଛର ଛୁଆ ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଥମେ ଭାବିଥିଲେ । ପରେ ଏହି ମାଛକୁ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିଲେ ।

Get real time updates directly on you device, subscribe now.