ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟ ହୋଇଥିବା ରୋମାଞ୍ଚକର ମୁକାବିଲାରେ ଦେଖିବାକୁ ମିଳିଛି ଆଇପିଏଲ-୨୦୨୩ର ଜବରଦସ୍ତ ଟ୍ୱିଷ୍ଟ । ସୁନିଶ୍ଚିତ ବିଜୟ ସ୍ୱପ୍ନକୁ ଦୁଇ ଓଭରରେ ଶେଷ କରି ଦେଇଛନ୍ତି ପଞ୍ଜାବର ଷ୍ଟାର ବୋଲର ଅର୍ଶଦୀପ ସିଂହ । ତାଙ୍କର ମାତ୍ର ଦୁଇଟି ଓଭର ମୁମ୍ବାଇକୁ ବିଜୟ ମୁହଁରୁ ଆଣି ପରାଜୟରେ ଠିଆ କରାଇ ଦେଇଛି । ଶେଷ ଓଭରରେ ସେ ଥରେ ନୁହେଁ, ଦୁଇ ଥର ମିଡିଲ ଷ୍ଟମ୍ପ ମାରି ଭାଙ୍ଗି ଦେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
Unbelievable hitting 🤯@surya_14kumar with a sublime FIFTY 🔥
Going down to the wire this!
Follow the match ▶️ https://t.co/FfkwVPpj3s#TATAIPL | #MIvPBKS pic.twitter.com/GRPSX4LGi3
— IndianPremierLeague (@IPL) April 22, 2023
ପଞ୍ଜାବର ୨୧୫ ରନ ଟାର୍ଗେଟକୁ ପିଛା କରି ବିଜୟ ଲକ୍ଷ୍ୟରେ ଆଗେଇ ଚାଲିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସୂର୍ଯ୍ୟକୁମାର ଯାଦବ ଏବଂ କ୍ୟାମରନ ଗ୍ରୀନଙ୍କ ଦମଦାର ଅର୍ଦ୍ଧଶତକ ସହ ଟାର୍ଗେଟରୁ ମାତ୍ର କିଛି ରନ୍ ଦୂରରେ ରହିଥିଲା ମୁମ୍ବାଇ । କିନ୍ତୁ ଏହି ସମୟରେ ଟ୍ୱିଷ୍ଟ ୱାଲା ଓଭର ନେଇ ଆସିଥିଲେ ଅର୍ଶଦୀପ ସିଂହ । ସୂର୍ଯ୍ୟକୁମାରଙ୍କ ୱିକେଟ ନେବା ପରେ ଅର୍ଶଦୀପଙ୍କ ଓଭର ମ୍ୟାଚର ଗତିପଥ ବଦଳାଇ ଦେଇଥିଲା । ବିଜୟ ଆଡକୁ ଦ୍ରୁତ ଗତିରେ ଯାଉଥିବା ମୁମ୍ବାଇକୁ ମେଯ୍ରାକୁ ଅଟକାଇ ଦେଇଥିଲେ ଅର୍ଶଦୀପ । ଏହାପରେ ୧୯ତମ ଓଭରରେ ସେ ପକାଇଥିଲେ ଏକ ଷ୍ଟମ୍ପ ବ୍ରେକିଙ୍ଗ ସ୍ପେଲ । ଏହି ଓଭରରେ ଥରେ ନୁହେଁ ଦୁଇ ଦୁଇ ଥର ସେ ମିଡିଲ ଷ୍ଟମ୍ପକୁ ଭାଙ୍ଗି ଦେଇଥିଲେ । ଶେଷ ଓଭରରେ ମୁମ୍ବାଇକୁ ୧୬ ରନ ଆବଶ୍ୟକ ଥିବା ବେଳେ ମାତ୍ର ୩ ରନ୍ ସଂଗ୍ରହ କରିପାରିଥିଲା ଦଳ । କିନ୍ତୁ ଅର୍ଶଦୀପ ଦୁଇଟି ଶିକାର କରି ନେଇଥିଲେ ।
Nerves of steel!@arshdeepsinghh defends 16 in the final over and @PunjabKingsIPL register a 13-run win in Mumbai 👏👏
Scorecard ▶️ https://t.co/FfkwVPpj3s #TATAIPL | #MIvPBKS pic.twitter.com/twKw2HGnBK
— IndianPremierLeague (@IPL) April 22, 2023
ତିଲକ ବର୍ମା ଏବଂ ନେହାଲ ୱାଧେରାଙ୍କୁ ଲଗାତାର ଦୁଇଟି ବଲରେ ଦୁଇଟି ୱିକେଟ ଭାଙ୍ଗି ଦେଇଥିଲେ । ଏହାସହିତ ଭାଙ୍ଗି ଦେଇଥିଲେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ସ୍ୱପ୍ନ । ୧୬ ରନକୁ ଡିଫେଣ୍ଡ କରି ମାତ୍ର ୩ ରନ୍ ଖର୍ଚ୍ଚ କରିଥିଲେ ଅର୍ଶଦୀପ । ଏହି ଓଭର ଯୋଗୁଁ ପଞ୍ଜାବ କିଙ୍ଗସ ମୁମ୍ବାଇକୁ ୧୩ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ୪ ଓଭର ସ୍ପେଲରେ ୨୯ ରନ ବ୍ୟୟ କରି ୪ଟି ସଫଳତା ହାସଲ କରିଛନ୍ତି ।