fbpx

କର୍ଣ୍ଣାଟକରେ ପ୍ରଚାର କରିବା ସମୟରେ ଯୁବକଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ନେତା, ବିଜେପି କହିଲା ସେମାନଙ୍କ DNA’ରେ ରହିଛି ଗୁଣ୍ଡାଗର୍ଦି

ନୂଆଦିଲ୍ଲୀ: କର୍ଣ୍ଣାଟକର ବାବଲେଶ୍ୱର ବିଧାୟକ ଏମ.ବି. ପାଟିଲ ନିର୍ବାଚନ ପ୍ରଚାର ସମୟରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାର ଭିଡିଓ ଏବେ ଭାଇରାଲ ହେଉଛି। ଭାରତୀୟ ଜନତା ପାର୍ଟୀ ରବିବାର ଏହି ଭିଡିଓ ସେୟାର କରି କଂଗ୍ରେସକୁ ଟାର୍ଗେଟ୍ କରିଛି। ଏହି ଭିଡିଓର କ୍ୟାପସନ୍‌ରେ ବିଜେପି ଲେଖିଛି କି ଗୁଣ୍ଡାଗର୍ଦି କଂଗ୍ରେସର DNA ‘ରେ ଅଛି। ଏହା ସହିତ କଂଗ୍ରେସ ଉପରେ ବିଜେପି ଅଭିଯୋଗ ଲଗାଇଥିଲା ଯେ, ଯୁବକ ଜଣକ ନିଜର ସମସ୍ୟା ବିଷୟରେ କହୁଥିଲା, ଏଥିପାଇଁ କଂଗ୍ରେସ ନେତା ଏମବି ପାଟିଲ ତାକୁ ମାରିବା ଆରମ୍ଭ କରିଥିଲେ।

ଅନ୍ୟପଟେ ଏହି ଘଟଣା ପରେ ସଫେଇ ଦେଇ ଏମ.ବି. ପାଟିଲ କହିଛନ୍ତ, ଯୁବକ ଜଣକ ମଞ୍ଚରେ ଏକ ଅସଭ୍ୟ ଶବ୍ଦ ବ୍ୟବହାର କରିଥିଲେ, ଯାହା ପରେ ସେ ଯୁକ୍ତିତର୍କ ଆରମ୍ଭ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକ କହିଛନ୍ତି ଯେ ବିକାଶ କାର୍ଯ୍ୟ ସହ ଜଡିତ ପ୍ରଶ୍ନ ପଚାରିବାରେ ରାଗିଯାଇ ବିଧାୟକ ତାଙ୍କୁ ଚାପୁଡ଼ା ମାରିଥିଲେ। ଯାହା ପରେ ଭିଡିଓ ସେୟାର କରି ବିଜେପି ଏମ.ବି. ପାଟିଲଙ୍କୁ ଟାର୍ଗେଟ କରିଛି।

ଘଟଣା କିଛି ପେରି ଥିଲା କି, ଆଗକୁ ନିର୍ବାଚନ ଥିବାରୁ ବାବଲେଶ୍ୱର ବିଧାୟକ ଏମ.ବି. ପାଟିଲ ପ୍ରଚାରରେ ବାହାରିଥିଲେ। ସେହି ସମୟରେ ଜଣେ ଯୁବକ ତାଙ୍କର ସମସ୍ୟା ନେଇ ବିଧାୟକଙ୍କ ପାଖରେ ପହଞ୍ଚି ଯାଇଥିଲେ। ଯୁବକ ଜଣକ ବିଧାୟକଙ୍କୁ ପଚାରିଥିଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁ ପାଇଁ କଣ ବିକାଶ କାର୍ଯ୍ୟ କରିଛନ୍ତି ? ଏତିକି ଶୁଣିବା ପରେ ବିଧାୟକ ରାଗିଯାଇ ଯୁବକଙ୍କୁ ଏକ ଚାପୁଡ଼ା ମାରିବା ସହିତ ଧକ୍କା ଦେଇ ସେଠାରୁ ବିଦା କରି ଦେଇଥିଲେ।

Get real time updates directly on you device, subscribe now.