fbpx

”ଯିଏ ମୋଦୀ ଭକ୍ତ ହେବ, ମାରି ଦିଆଯିବ”: ଖୋଲା ମଞ୍ଚରେ ହିଂସା ପାଇଁ ଲୋକଙ୍କୁ ଉସକାଇଲେ କଂଗ୍ରେସ ନେତା

ନୁଆଦିଲ୍ଲୀ: ନିଜର ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ଉଦିତ ରାଜ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି । ଉଦିତ ରାଜ ନିଜର ଏକ ଏକ ଫଟୋ ଟ୍ୱିଟରରେ ସେୟାର କରି ଲେଖିଛନ୍ତି ‘ଯିଏ ମୋଦୀ ଭକ୍ତ ହେବ ତାକୁ ମାରି ଦିଆଯିବ’। ଏବେ ଏହି ବୟାନର ଖୁବ ଆଲୋଚନା ହେଉଛି।

୨୦୧୪ ରେ ବିଜେପି ଟିକେଟରେ ଉତ୍ତର-ପଶ୍ଚିମ ଦିଲ୍ଲୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଉଦିତ ରାଜଙ୍କୁ ୨୦୧୯ ରେ ଟିକେଟ୍ ମିଳି ନଥିଲା, ଏହା ପରେ ସେ କଂଗ୍ରେସରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବୟାନବାଜି କରୁଛନ୍ତି । ତେବେ ଉଦିତଙ୍କ ଟିକେଟ୍ କାଟି ବିଜେପି ଗାୟକ ହାନ୍ସ ରାଜ ହାନ୍ସଙ୍କୁ ପ୍ରାର୍ଥୀ କରିଥିଲା, ଯିଏ ମଧ୍ୟ ଜିତିଥିଲା । ଏହା ପରେ ଉଦିତ ରାଜ ବିଜେପି ବିରୋଧରେ ପ୍ରତ୍ୟେକ ବିରୋଧକୁ ସମର୍ଥନ କରୁଛନ୍ତି ଏବଂ କଡ଼ା ଟିପ୍ପଣୀ ଦେଉଛନ୍ତି ।

ନିକଟରେ ଆୟୋଜିତ ମନେରଗା ଶ୍ରମିକଙ୍କ ଏକ ବିରୋଧ ପ୍ରଦର୍ଶନରେ ଏହି ନୂଆ ବୟାନ ଦେଇଛନ୍ତି । ଉତ୍ତର ପ୍ରଦେଶ ସରକାରଙ୍କୁ ଟାର୍ଗେଟ୍ କରି ଉଦିତ ରାଜ କହିଥିଲେ କି ନା ଉତ୍ତରପ୍ରଦେଶର ଦଙ୍ଗାରୁ ମୁକ୍ତ ହୋଇଛି ନା ମାଫିଆ ମୁକ୍ତ ହୋଇଛି ।

ଜନ୍ତର-ମନ୍ତରରେ ନିକଟରେ ଆୟୋଜିତ ଶ୍ରମିକଙ୍କ ବିରୋଧ ପ୍ରଦର୍ଶନରେ ମନେରଗା ସ୍ରମୁକ ଭୋକରେ ଅଛି, ମୋଦୀ ମିଛ ପ୍ରତିଶୃତି ମିଛ ବୋଲି ସେ ନାରା ଦେଇଥିଲେ । ମଦୋୀ ସରକାର ମନେରଗା ବଜେଟ୍ ହ୍ରାସ କରିବା ଅଭିଯେଅଗରେ ଏହି ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନରେ ଅନେକ କଂଗ୍ରେସ ନେତା ସାମିଲ ହୋଇଥିଲେ । ଏହି ପ୍ରଦର୍ଶନରେ ମନେରଗା ବଞ୍ଚାଅ ଗ୍ରାମିଣ ଭାରତ ବଞ୍ଚାଅ ନାରା ଦିଆଯାଇଥିଲା ।

Get real time updates directly on you device, subscribe now.