fbpx

‘ସମଲିଙ୍ଗୀ ବିବାହ ମାମଲାରେ ଶୁଣାଣି କରନ୍ତୁ ନାହିଁ, ଏହାକୁ ସଂସଦ ଉପରେ ଛାଡିଦିଅନ୍ତୁ’: ସୁପ୍ରିମକୋର୍ଟରେ ନିବେଦନ କଲେ ସରକାର

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ମାମଲାରେ ଶୁଣାଣି ଜାରି ରହିଛି । ପ୍ରଧାନ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହରୀ ଏଲଟି ଶ୍ରେଣୀ ତର୍କ କେବଳ ଚନ୍ଦ୍ରଚୂଡ କହିଛନ୍ତି ଯେ କେନ୍ଦ୍ରର ସହରୀ ଅଭିଜିତ ଶ୍ରେଣୀର ଯୁକ୍ତି କେବଳ ପକ୍ଷପାତିତା ଏବଂ କୋର୍ଟ କିପରି ନିଷ୍ପତ୍ତି ନେବେ ଏହାର କୌଣସି ପ୍ରଭାବ ନାହିଁ । କିନ୍ତୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଜିଦ୍ ଧରିଛନ୍ତି ଯେ, କୋର୍ଟ ଏହି ମାମଲାର ଜଟିଳତା ଏବଂ ସାମାଜିକ ପ୍ରଭାବକୁ ନଜରରେ ରଖି ଏହି ମାମଲାକୁ ସଂସଦ ଉପରେ ଛାଡ଼ିଦବାକୁ କହିଛନ୍ତି ।

ଏହା ପୁର୍ବରୁ ସରକାର ତାଙ୍କର ଆବେଦନରେ କହିଥିଲେ ସରକାର ଯେ, ଆବେଦନକାରୀଙ୍କ ଦ୍ୱାରା ଏହି ପ୍ରସଙ୍ଗରେ କୋର୍ଟରେ ଯାହା ଉପସ୍ଥାପିତ ହୋଇଛି ତାହା କେବଳ ସହରୀ ଶ୍ରେଣୀର ଦୃଷ୍ଟିକୋଣ ଏବଂ ଏହି ପ୍ରସଙ୍ଗରେ ନିୟମ କରିବା ପୁର୍ବରୁ ସଂସଦକୁ ବିଭିନ୍ନ ବିଭାଗର ବ୍ୟାପକ ମତାମତକୁ ବିଚାରକୁ ନେବାକୁ ପଡ଼ିବ ।

ଆଜି ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ, ପ୍ରଶ୍ନ ଏହା ଯେ ସ୍ୱିକୃତିପ୍ରାପ୍ତ ବିବାହ କ’ଣ ? ଏବ ଏହା କେଉଁମାନଙ୍କ ମଧ୍ୟରେ ହେଉଛି ଏବଂ ଏହା ଉପରେ ନିଷ୍ପତି କିଏ ନେଉଛି ? ତାଙ୍କ ଯୁକ୍ତିରେ ମେହେଟ୍ଟା ଆଇନ ଏବଂ ବ୍ୟବସ୍ଥାଗୁଡ଼ିକୁ ଉଲ୍ଲେଖ କରିଛନ୍ତି ଯାହାର ସମାଦାନ ହୋଇ ପାରିବ ନାହିଁ । ମେହେଟ୍ଟା କହିଛନ୍ତି ଯେ ପ୍ରାୟ ୧୬୦ ଟି ନିୟମ ଏବଂ ଆଇନର ବ୍ୟବସ୍ଥା ଅଛି (ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ବ୍ୟତୀତ) ଯାହା ସମାନ ଲିଙ୍ଗ ବିବାହକୁ ଅନୁମତି ଦେଇଥାଏ କିନ୍ତୁ ସେମାନେ ପରସ୍ପର ସହ ମେଳ ଖାଉ ନାହାଁନ୍ତି ।

Get real time updates directly on you device, subscribe now.