fbpx

ଡିଜିଟାଲ କ୍ଷେତ୍ରରେ ଚାକିରି ବର୍ଷା! ଏକ ବର୍ଷ ମଧ୍ୟରେ ଭାରତରେ ୨.୭୩ କୋଟି ସ୍କିଲଡ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଚାକିରି ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଗୋଟିଏ ପଟେ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ବେକାରୀ ହାର ମଧ୍ୟ ବୃଦ୍ଧି ପାଇପାରେ ଲାଗିଛି । ତେବେ ଏନେଇ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ଯଦି ଆପଣ ବି.ଏ. ବି.ଏସସି, ବି.କମ୍ ପରି ସାଧାରଣ ଡିଗ୍ରୀ ହାସଲ କରିଛନ୍ତି, ତେବେ ଆପଣ କିଛି ସ୍କିଲ ଶିଖି ପାରିବେ । ଆଗାମୀ ଦିନରେ ଡିଜିଟାଲ ମାର୍କେଟିଂ ଓ ଗ୍ରାଫିକ୍ସ ଡିଜାଇନ ପାଇଁ ପର୍ଯ୍ୟାପ୍ତ ଚାକିରି ସୁଯୋଗ ରହିବ ।

ବର୍ତ୍ତମାନ ସମୟରେ ମାର୍କେଟିଂ କ୍ଷେତ୍ରର ୫୫ ପ୍ରତିଶତ ଡିଜିଟାଲ ମାର୍କେଟିଂ କବଜା କରିନେଇଛି । ଆସନ୍ତା ଏକ ବର୍ଷ ମଧ୍ୟରେ ଭାରତରେ ୨.୭୩ କୋଟି ସ୍କିଲଡ କର୍ମଚାରୀଙ୍କର ଆବଶ୍ୟକତା ପଡ଼ିବ । ଏହା ଡିଜିଟାଲ କ୍ଷେତ୍ର ପାଇଁ ଆବଶ୍ୟକ ପଡ଼ିବ, ଯାହାକି ଦେଶର କାର୍ଯ୍ୟବଳର ୭ ପ୍ରତିଶତ ଅଟେ । ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ବିଶ୍ୱରେ କୋଭିଡ-୧୯ ମହାମାରୀ ସମୟରେ ଡିଜିଟାଲ କୌଶଳ ପ୍ରଶିକ୍ଷଣର ଆବଶ୍ୟକତା କେତେ ତାହା ସ୍ପଷ୍ଟ ହୋଇଯାଇଛି ।

ରିପୋର୍ଟରେ କୁହାଯାଇଛି, ଡିଜିଟାଲ କୌଶଳର ଆବଶ୍ୟକତା କୃଷି, ଫିନଟେକ ଠାରୁ ଆରମ୍ଭ କରି ମିଡ଼ିଆ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପିଛି । ଯେଉଁ ହାରରେ ଟେକ୍ନୋଲୋଜିର ବିକାଶ ହେଉଛି ଘରୋଇ ସେକ୍ଟରରେ ସେହି ଅନୁପାତରେ ରୋଜଗାରର ଏକ ନୂଆ ସୁଯୋଗ ସୃଷ୍ଟି ହେଉଛି । ତେଣୁ ଏପରି ସ୍ଥିତିରେ ଆପଣମାନେ ଡିଜିଟାଲ ସ୍କିଲ ଶିଖିବା ନିହାତି ଜରୁରୀ ।

ମାର୍କେଟରେ ଡିଜିଟାଲ ମାର୍କେଟିଂ ଓ ଗ୍ରାଫିକ୍ସ ଡିଜାଇନ ପ୍ରଶିକ୍ଷିତ ଯୁବକଙ୍କୁ ହାୟର କରାଯାଉଛି । ଗତ ୨୦୨୧ରେ କମ୍ପାନୀମାନେ କେବଳ ଡିଜିଟାଲ ମାର୍କେଟିଂ ପାଇଁ ପାଖାପାଖି ୩୪୮୮ କୋଟି ଖର୍ଚ୍ଚ କରିଥିଲେ । ଆସନ୍ତା ୨୦୨୬ ସୁଦ୍ଧା ଏହି ଇଣ୍ଡଷ୍ଟ୍ରି ପାଖାପାଖି ୬୦ ଲକ୍ଷ କୋଟିରେ ପହଞ୍ଚିଯିବ । ଡିଜିଟାଲ ମାର୍କେଟି ବଢ଼ିବା କାରଣରୁ ଏହାର ଏକ୍ସପୋର୍ଟ ଚାହିଦା ମଧ୍ୟ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏପରି ସ୍ଥଳେ ଆପଣମାନେ ବିଭିନ୍ନ ପ୍ରକାରର ସ୍କିଲ ଶିଖି ଲକ୍ଷ ଲକ୍ଷ ପ୍ୟାକେଜରେ ଜବ୍ ପାଇ ପାରିବେ । ଏହି କୋର୍ସ କରି ଦେଶର ଅନେକ ଯୁବକ ନିଜର ସ୍ୱପ୍ନର ଚାକିରି ପାଇ ପାରିଛନ୍ତି ।

Get real time updates directly on you device, subscribe now.