fbpx

ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ଲଗାଯାଏ ହଳଦୀ: ଜାଣନ୍ତୁ କାହିଁକି

ବିବାହ ଭଳି ଏକ ପବିତ୍ର କାର୍ଯ୍ୟରେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅନେକ ରୀତି ନୀତି ପାଳନ ହୋଇଥାଏ। ତେବେ ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ। ହଳଦୀ ଲଗା ବିନା ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ କାହିଁକି ବର ଓ କନ୍ୟାଙ୍କୁ ହଳଦୀ ଲଗା ଯାଇଥାଏ, ଜାଣନ୍ତୁ ଏହାର କାରଣ..

ପ୍ରାଚୀନ ଯୁଗରେ ଆଜିର ସମୟ ପରି ବିଉଟି ପାର୍ଲର ବା ବିଉଟି ଟ୍ରିଟମେଣ୍ଟର ସୁବିଧା ନଥିଲା। ତେଣୁ ବିବାହ ପୂର୍ବରୁ ବର କନ୍ୟା ସୁନ୍ଦର ଦେଖା ଯିବା ପାଇଁ ହଳଦୀର ବ୍ୟବହାର କରାଯାଉଥିଲା।ହଳଦୀ ଚେହେରାର ସୌନ୍ଦର୍ଯ୍ୟତା ବଢାଏ ଏବଂ ହଳଦୀରେ ଥିବା ଔଷଧିୀୟ ଗୁଣ ମୁହଁରେ ଥିବା ଜୀବାଣୁ ଦୂର କରିଥାଏ। ହଳଦୀ ଲଗାଇଲେ ତ୍ୱଚାରେ ଚମକ ଆସେ। ଏହି କାରଣ ଯୋଗୁଁ ହଳଦୀ କେବଳ ମୁହଁରେ ନୁହଁ, ଦେହରେ ମଧ୍ୟ ଲଗାଯାଏ।

ବିବାହରେ ବର କନ୍ୟା ଅଧିକ ସୁନ୍ଦର ଦେଖାଯିବା ପାଇଁ ହଳଦୀ ଲଗାଇବା ପରମ୍ପରା ରହିଆସିଛି। ହଳଦୀକୁ ଆଣ୍ଟିସେପ୍ଟିକ ଭାବେ ମଧ୍ୟ ବ୍ୟବହାର କରାଯାଏ। ହଳଦୀ ଲଗାଇଲେ ଚେହେରାରେ ଥିବା ଦାଗ ଦୂର ହୁଏ। ବିବାହ ଦିନ ବର କନ୍ୟା ସୁନ୍ଦର ଦେଖାଯିବା ଆବଶ୍ୟକ । ହଳଦୀକୁ ଦେହରେ ଲଗାଇ ସ୍ନାନ କରିବା ଦ୍ବାରା ତ୍ବଚାରେ ଥିବା ମୃତ କୋଷଗୁଡିକ ବାହାରିଯାଏ।

ଶାସ୍ତ୍ର ଅନୁଯାୟୀ, ହଳଦୀର ରଂଗ ଭାରତୀୟ ସଭ୍ୟତା ଓ ସଂସ୍କୃତି ଅନୁସାରେ ପବିତ୍ର ଓ ଶୁଭ ବୋଲି ବିବେଚନା କରାଯାଏ । ଯେ କୌଣସି କାର୍ଯ୍ୟର ଆରମ୍ଭରେ ହଳଦୀକୁ ବ୍ୟବହାର କରାଯାଏ । ତେଣୁ ନୂତନ ବୈବାହିକ ଜୀବନର ଶୁଭାରମ୍ଭ ମଧ୍ୟ ହଳଦୀରୁ ଆରମ୍ଭ କରିବା ପରଂପରା ରହିଛି ।

Get real time updates directly on you device, subscribe now.