fbpx

କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ, AIIMS ରେ ଭର୍ତ୍ତି

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ରବିବାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି ହୋଇଛନ୍ତି । ରାତି ପ୍ରାୟ ୧୦ଟା ୫୦ ମିନିଟ ରେ ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କ ଏମ୍ସରେ ଭର୍ତ୍ତି କରାଯାଇଛି । ସେ ଛାତିିରେ କଷ୍ଟ ଅନୁଭବ କରିଥିଲେ ।

AIIMS ସୂତ୍ରରୁ ଜଣାପଡିଛି ଯେ କେନ୍ଦ୍ର ମନ୍ତ୍ରୀଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟରର ହାର୍ଟ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି। ତେବେ ରେଡ୍ଡୀଙ୍କ ଅବସ୍ଥା ସମ୍ପର୍କରେ କୌଣସି ନୂତନ ସୂଚନା ମିଳିନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର‌୍ୟ୍ୟକ୍ରମ ‘ମନ କି ବାତ୍‌’ ଐତିହାସିକ ଏପିସୋଡର କାର୍ଯ୍ୟକ୍ରମରେ ଗୁରୁତବପୂର୍ଣ୍ଣ ଭୂମିକା ନର୍ବାହ କରିଥିଲେ । ଉଦଘଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏହାପୂର୍ବରୁ ଗୁରୁବାର ଦିନ ରେଡ୍ଡୀ ପ୍ରଥମ ଗ୍ଲୋବାଲ୍ ଟୁରିଜିମ୍ ନିବେଶକ ସମ୍ମିଳନୀ ପୂର୍ବରୁ ରୋଡ୍ ଶୋ କରିଥିଲେ ।

Get real time updates directly on you device, subscribe now.