fbpx

ଜନ୍ମମାଟିରେ ପଡିଲା ରାଷ୍ଟ୍ରପତିଙ୍କ ପାଦ: ଦାୟିତ୍ୱ ନେବା ପରେ ପ୍ରଥମ ଥର ଗାଁକୁ ଆସିଲେ ଦ୍ରୌପଦୀ ମୁର୍ମୁ ।

ରାଇରଙ୍ଗପୁର: ରାଷ୍ଟ୍ରପତି ପରେ ଆଜି ପ୍ରଥମ ଥର ନିଜ ଜନ୍ମମାଟିରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ୩ ଦିନିଆ ମୟୁରଭଞ୍ଜ ଗସ୍ତରେ ଥିବା ବେଳେ ସେ ନିଜ ଗାଁରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଭବନରୁ ସକାଳ ୭ଟାରେ ବାହାରିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁର ବାମପାହାଡରେ ପ୍ରସ୍ତୁତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ । ଏହାପରେ ନିଜ ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟିରେ ପାଦ ରଖିଛନ୍ତି ଦ୍ରୌପଦୀ ମୁର୍ମୁ । ତେଣୁ ଜନ୍ମମାଟିକୁ ସମ୍ମାନ ଦେଇ ଏଠାରେ ସେ ଚାଲି ଚାଲି ବୁଲୁଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରଥମ ହାଟଦଡାବାଦସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରକୁ ଯାଇ ସେଠାରେ ନିଶାମୁକ୍ତ ଓଡିଶାର ଶୁଭାରମ୍ଭ କରିବା ସହ ମଧ୍ୟାହ୍ନ ଭୋଜନ କରିଥିଲେ ରାଷ୍ଟ୍ରପତି । ଏହାପରେ ଅପରାହ୍ନରେ ରାଷ୍ଟ୍ରପତି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପରେ ରଘୁନାଥ ମୁର୍ମୁ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିବେ ଶ୍ରୀମତୀ ମୁର୍ମୁ । ଏହାପରେ ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହି ଗାଁର ଝିଅ ବର୍ତ୍ତମାନ ଦେଶର ପ୍ରଥମ ନାଗରିକ ଭାବେ ପରିଚିତ ହେଉଛନ୍ତି । ତେଣୁ ଦ୍ରୌପଦୀ ମୁର୍ମୁଙ୍କୁ ଦେଖିବା ପାଇଁ ଗାଁ ସାରା ଲୋକଭ୍କ ଭିଡ ଦେଖିବାକୁ ମିଳିଥିଲା । ଅନେକ ଦିନ ପରେ ଜନ୍ମମାଟର ଝିଅକୁ ରାଷ୍ଟ୍ରପତି ଆସନରେ ଦେଖି ଖୁସି ହେଉଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.