fbpx

ଆରପାରିରେ ଷ୍ଟାର ଅଲିମ୍ପିକ ଧାବିକା: ୩ଟି ସ୍ୱର୍ଣ୍ଣ ପଦକର ଅଧିକାରୀ ଥିଲେ ଟୋରୀ

ନୂଆଦିଲ୍ଲୀ: ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ଆମେରିକୀୟ ଧାବିକା ଟୋରୀ ବୋୱୀଙ୍କର ଆଜି ଅକାଳରେ ବିୟୋଗ ଘଟିଛି । ମାତ୍ର ୩୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି । ଅନେକ ଦିନରୁ ନିଖୋଜ ଥିବା ବେଳେ ଆଜି ବନ୍ଦ ଘରୁ ତାଙ୍କର ଶବ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି । ସେ ଅଲିମ୍ପିକରେ ୩ଟି ସ୍ୱର୍ଣ୍ଣ ପଦକ ଆଣିବାରେ ସଫଳ ହୋଇଥିଲେ ।

ସୂଚନା ଅନୁଯାୟୀ, କିଛି ଦିନରୁ ନିଖୋଜ ଥିଲେ ଅଲିମ୍ପିକ ବିଜେତା ଟୋରୀ ବୋୱୀ । ତେବେ ଏ ମାମଲାର ତଦନ୍ତ କରି ଆଜି ଫ୍ଲୋରିଡାର ଅରଲାଣ୍ଡୋ ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା ପୋଲିସ । ଏଠାରେ ପହଞ୍ଚିବା ପରେ ବନ୍ଦ ଘରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଟୋରୀଙ୍କ ମୃତ୍ୟୁ ଘଟଣାକୁ ଏକ ସନ୍ଦିଗ୍ଧ ଭାବରେ ନେଇ ତଦନ୍ତ କରୁ ନାହିଁ ପୋଲିସ । ଟୋରୀଙ୍କ ମୃତ୍ୟୁ ଖବର ପାଇବା ପରେ ଆଇଓସିର ଅଧ୍ୟକ୍ଷ ଥମସ ବାଖ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟୋରୀଙ୍କ ସହ ଖେଳ ଜଗତ ଜଣେ ଉଡ୍ଡୀୟମାନ ଖେଳାଳି ଏବଂ ଚମ୍ପିଆନଙ୍କୁ ହରାଇଛି ।

Former 3-time U.S. Olympic medalist Tori Bowie dead at the age of 32

୨୦୧୬ ଧାବିକା ଟୋରୀ ରିଓ ଅଲିମ୍ପିକରେ ୪୦୦ ମିଟର ରିଲେ ରେସରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ୧୦୦ ମିଟର ରେସରେ ରୌପ୍ୟ ଏବଂ ୨୦୦ମିଟର ରେସରେ ବ୍ରେଞ୍ଜ ପଦକ ଜିତିଥିଲେ । ଏହାବ୍ୟତୀତ ବିଶ୍ୱ ଚମ୍ପିଆନସିପରେ ସେ ୧୦୦ ମିଟର ଏବଂ ୪୦୦ ମିଟର ରେସର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତେବେ ୨୦୨୨ରେ ସେ ନିଜ କ୍ୟାରିୟରର ଶେଷ ଅଲିମ୍ପିକ ଖେଳିଥିଲେ ଟୋରୀ ବୋୱୀ ।

Get real time updates directly on you device, subscribe now.