fbpx

ମଣିଷର କୋଷିକାର ଜୀବନ କାଳକୁ ବୃଦ୍ଧି କରିହେବ: ୮ ବର୍ଷର ପିଲା ୮୦ ବର୍ଷୀୟ ବୃଦ୍ଧ ପରି କାହିଁକି ଦେଖାଯାଏ, ନୂଆ ଟେକନିକର ସନ୍ଧାନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ମଣିଷର ଜୀବନ ଓ ଆୟୁଷକୁ ନେଇ ବୈଜ୍ଞାନିକମାନେ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ସମୟ ସହିତ ଆମର କୋଷିକାଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି । ଏହି କାରଣରୁ ୮ ବର୍ଷର ପିଲା ୮୦ ବର୍ଷର ବୃଦ୍ଧଙ୍କ ପରି ଦିଶିଥାଏ । ତେବେ ବୈଜ୍ଞାନିକମାନେ ଏ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ସିନ୍ଥେଟିକ ଜେନେଟିକ କ୍ଲକର ବ୍ୟବହାର କରି କୋଷିକାର ଜୀବନକାଳକୁ ବୃଦ୍ଧି କରାଯାଇ ପାରିବ । ଦୀର୍ଘଜୀବୀ ହେବାର ନୂଆ ଟେକନିକର ସନ୍ଧାନ ବୈଜ୍ଞାନିକମାନେ କରିଛନ୍ତି ।

କାଲିଫର୍ଣ୍ଣିଆ ୟୁନିଭରସିଟିର ଗବେଷକମାନେ ମଣିଷର କୋଷିକା ଉପରେ ଏକ ରିସର୍ଚ୍ଚ କରିଥିଲେ । ତେବେ ନୂଆ ଟେକନିକର ପ୍ରୟୋଗ କରି କୋଷିକାକୁ ଯବାନ ରଖାଯାଇ ପାରିଲେ ମଣିଷ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବ । ମାନବ ଶରୀରର ଆୟୁକୁ ସୁସ୍ଥ ଭାବେ ବୃଦ୍ଧି କରିବା ନେଇ ରିସର୍ଚ୍ଚ ଟିମ୍ ସଫଳ ହୋଇଛନ୍ତି । ସେଲସକୁ ରିଓୟାରିଂ କରି ଜୀବନର ସମୟକୁ ୮୨ ପ୍ରତିଶତ ବୃଦ୍ଧି କରାଯାଇପାରିବ । ସେଲୁଲର ଏଜିଂ ଉପରେ ନିୟନ୍ତ୍ରଣ ଓ ଆୟୁ ସମ୍ବନ୍ଧୀୟ ସ୍ଥିତିର ଚିକିତ୍ସା କ୍ଷେତ୍ରରେ ଏହା ବେଶ୍ ସହାୟକ ହୋଇ ପାରିବ ।

ଅଧ୍ୟୟନକାରୀମାନେ ସର୍ବପ୍ରଥମେ କମ୍ପ୍ୟୁଟର ମଡେଲିଂର ବ୍ୟବହାର କରିଥିଲେ । ସେଲ ଏଜିଂ ସର୍କିଟ କିପରି କାର୍ଯ୍ୟ କରୁଛି ତାହା ଜାଣିବା ସେମାନଙ୍କର ଉଦ୍ଦେଶ୍ୟ ରହିଥିଲା । ସୂଚନାଯୋଗ୍ୟ ଯେ, ମଣିଷର ଆୟୁଷ ବୃଦ୍ଧି ନେଇ ପୂର୍ବରୁ ମଧ୍ୟ ଅନେକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥିଲା । ଏପରିକି ବିଷାକ୍ତ ବାୟୁ ମଣିଷର ଆୟୁଷକୁ ହ୍ରାସ କରିଦେଉଥିବା ମଧ୍ୟ ଜଣାପଡ଼ିଥିଲା ।

Get real time updates directly on you device, subscribe now.