ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୯ରେ ନେଇପାରେ ଅବପାତର ରୂପ

ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ‘ମୋଚା’ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୮ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ସହ ପରେ ଘନୀଭୂତ ହୋଇ ଧିରେ ଧିରେ ବାତ୍ୟାରେ ପରିଣତ ହୋଇପାରେ । କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଗତିପଥ କିମ୍ବା ତୀବ୍ରତା ସମ୍ପର୍କରେ ସ୍ପଷ୍ଟ ହୋଇ ପାରିନି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ସ୍ପଷ୍ଟ ହୋଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।