fbpx

ମଶା ଯୋଗୁଁ ରାତିରେ ଭଲ ନିଦ ହେଉନାହିଁ କି ? ବିନା ରସାୟନିକ ଧୂଆଁରେ ପାଆନ୍ତୁ ମୁକ୍ତି..

ସୁସ୍ଥ ଶରୀର ପାଇଁ ସୁସ୍ଥ ଖାଦ୍ୟ ଏବଂ ଭଲ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ଅତି କମରେ ୬ ରୁ ୭ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଗ୍ରୀଷ୍ମ ଋତୁରେ ନଦର ଅବହେଳା ହୋଇଥାଏ । ଗୋଟିଏ ପଟେ ଗରମରୁ ଶୋଇହୁଏ ନାହିଁ ଏବଂ ଅନ୍ୟ ପଟରେ ମଶାମାନଙ୍କର ଉପଦ୍ରବ ଦେଖିବାକୁ ମିଳେ । ରାତିସାରା ମଶା କାମୁଡ଼ିବା ହେତୁ ଠିକ୍ ନିଦ ହୁଏ ନାହିଁ ଏବଂ ସକାଳର ଦିନ ଅଳସୁଆ ହୋଇଯାଏ । ଭଲ ନିଦ ପାଇଁ ମଶାଠାରୁ ମୁକ୍ତି ପାଇବା ଅତ୍ୟନ୍ତ ଜରୁରୀ । ଅନେକ ଲୋକ ଝୁଣା ଧୂଆଁ ବ୍ୟବହାର କରନ୍ତି ଏବଂ କିଛି ଲୋକ ଘରୁ ମଶା ବାହାର କରିବା ଗୁଡ୍ ନାଇଟ୍ ବା ମଶା ଧୂପ ବ୍ୟବହାର କରନ୍ତି ।

ଏହି ଧୂଆଁ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଅନେକ ଥର ଏପରି ଘଟଣା ମଧ୍ୟ ଦେଖିବାକୁ ମିଳିଛି, ଝୁଣା ଧଊଆ ଯୋଗୁଁ ଘରେ ନିଆଁ ଲାଗିଥାଏ ଏବଂ ଧୂଆଁ ଯୋଗୁଁ ଶ୍ୱାସକ୍ରିୟା ବନ୍ଦ ହେବା କାରଣରୁ ଲୋକମାନେ ପ୍ରାଣ ହରାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହାର ବ୍ୟବହାରକୁ ବାରଣ କରନ୍ତି । ଏହା ବ୍ୟତୀତ ମଶା ଧୂପ ବା ଗୁଡ୍ ନାଇଟ୍ ବା ଅଲ୍ ଆଉଟ୍ ରୁ ବାହାରକୁ ବାହାରୁଥିବା ଧୂଆଁ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି ।

ଯଦି ଆପଣ ମଶାଠାରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଆପଣ ନିଜ ଘରେ ବା ଘର ଆଖପାଖରେ ଲେମନ୍ ଗ୍ରାସ୍ ବା ଘାସ ଲଗାଇ ପାରିବେ । ଏହାର ଗନ୍ଧ ଅତ୍ୟନ୍ତ ପ୍ରଖର । ଯେଉଁ କାରଣରୁ ମଶା ଘରୁ ଦୂରେଇ ଯାଆନ୍ତି । ଧ୍ୟାନ ରଖନ୍ତୁ ଲେମନ୍ ଗ୍ରାସ ସଧାରଣଃ ବ୍ୟବହାର କରୁଥିବା କାଗେଜି-ଲେମ୍ବୁ ବୃକ୍ଷ ନୁହେଁ ।

ଲେମନ୍ ଗ୍ରାସ୍ ବ୍ୟତୀତ ଆପଣ ଲେଭେଣ୍ଡର ପ୍ଲାଣ୍ଟ ବ୍ୟବହାର କରିପାରିବେ । ମିଣ୍ଟ ବା ପୁଦିନା ଗଛ ମଧ୍ୟ ମଶାକୁ ଘରୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ । ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ବିପଜ୍ଜନକ ରୋଗ ହୋଇଥାଏ। ଏହି କାରଣରୁ, ମଶା ବୃଦ୍ଧି ହେବାର ଆଶଙ୍କା କଦାପି ହାଲୁକା ଭାବେ ନେବା କରାଯିବା ଉଚିତ୍ ନୁହେଁ ।

ମଶା ବିପଦରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଘରେ ବାସିଲ ଗଛ ଲଗାଇଥାନ୍ତି । ଏହାର ପତ୍ର ଖାଦ୍ୟର ସ୍ୱାଦ ବଢାଇଥାଏ କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହାର ଗନ୍ଧ ମଶାକୁ ଘରୁ ଦୂରରେ ରଖିଥାଏ । ଯଦି ଆପଣ ଏହି ଉଦ୍ଭିଦର ଗନ୍ଧ ପସନ୍ଦ କରନ୍ତି ନାହିଁ, ତେବେ ଆପଣ ଘରେ ଏକ ମିଣ୍ଟ ପ୍ଲାଣ୍ଟ ମଧ୍ୟ ଲଗାଇ ପାରିବେ । ସରବତ ତିଆରି ଠାରୁ ଆରମ୍ଭ କରି ଚଟନି ଏବଂ ଅନ୍ୟାନ୍ୟ ଖାଦ୍ୟରେ ମିଣ୍ଟ ବ୍ୟବହୃତ ହୁଏ । ଏହି ପତ୍ର ଖାଦ୍ୟର ସ୍ୱାଦକୁ ବଢାଇଥାଏ ଏବଂ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

Get real time updates directly on you device, subscribe now.