fbpx

କର୍ଣ୍ଣାଟକ ନିର୍ବାଚନର ରେଜଲ୍ଟ ଜାଣନ୍ତୁ: ସର୍ବପ୍ରଥମ ଅପଡେଟ୍ ପାଇଁ ଦେଖନ୍ତୁ ‘Dailyhunt’

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି । ଏବେ କେବଳ ଫଳାଫଳକୁ ଅପେକ୍ଷା । କିଏ ଗଢ଼ିବ ରାଜ୍ୟରେ ସରକାର ସେନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ଗତ ୧୦ ତାରିଖରେ ସମାପ୍ତ ହୋଇଥିବା ନିର୍ବାଚନରେ ରାଜ୍ୟରେ ପାଖାପାଖି ୭୩ ପ୍ରତିଶତ ମତଦାନ ହୋଇଥିଲା । ଏହାପୂର୍ବରୁ ଗତ ୨୦୧୮ ବିଧାନସଭା ନିର୍ବାଚନରେ ରାଜ୍ୟରେ ୭୨.୪୪ ପ୍ରତିଶତ ମତଦାନ ହୋଇଥିଲା ।

୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଟ ୨,୬୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସମାନଙ୍କ ମଧ୍ୟରୁ ୨,୪୨୭ ଜଣ ପୁରୁଷ, ୧୮୪ ଜଣ ମହିଳା ଓ ଅନ୍ୟ ୨ ଜଣ ପ୍ରାର୍ଥୀ ରହିଥିଲେ । ଆସନ୍ତାକାଲି ଅର୍ଥାତ ୧୩ ତାରିଖ ସକାଳେ ଭୋଟ ଗଣତି ଆରମ୍ଭ ହେବ । ଚଳିତ ଥର ରାଜ୍ୟରେ ୫,୩୧,୩୩,୦୫୪ ଜଣ ମତଦାନଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ଭୋଟର ପ୍ରଥମ ଭୋଟର ରହିଥିଲେ ।

ତେବେ ସାରା ଦେଶର ନଜର ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ଜନାଦେଶ ଉପରେ ରହିଛି । ନିର୍ବାଚନ ଫଳାଫଳ ଅପଡେଟ ପାଇଁ ସବୁ ଲୋକ ଚାହିଁ ବସିଥିବା ବେଳେ ଏଥର ଡେଲିହଣ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ସିଧା ପ୍ରସାରଣ କରିବାକୁ ଯାଉଛି । ଅର୍ଥାତ କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ନେଇ ଆପଣଙ୍କୁ ଯେଉଁ ତଥ୍ୟ ଆବଶ୍ୟକ ତାହା ଆପଣମାନେ କେବଳ ଡେଲିହଣ୍ଟରୁ ପାଇପାରିବେ । ପୂର୍ବରୁ ମତଦାନଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ ସଠିକ୍ ତଥ୍ୟ ଆପଣଙ୍କ ନିକଟରେ ପହଞ୍ଚିଥିବା ବେଳେ ଏବେ ଭୋଟ ଗଣତି ସମ୍ବନ୍ଧୀୟ ସଠିକ୍ ତଥ୍ୟ ମଧ୍ୟ ଆପଣଙ୍କ ନିକଟରେ ପହଞ୍ଚିବ ।

ସମସ୍ତ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯିବା ସହିତ ତଥ୍ୟ ଏବଂ ପୁଙ୍ଖାନୁପୁଙ୍ଖ ଭାବେ ଏହାର ଅର୍ଥକୁ ଲୋକମାନଙ୍କ ନିକଟରେ ପହଞ୍ଚାଯିବ । ଫଳାଫଳ ବିଶ୍ଳେଷଣ ଏପରି ଏକ ଉପାୟରେ ଉପସ୍ଥାପିତ କରାଯିବ ଯାହା ଏକ ନବାଗତ ଠାରୁ ଆରମ୍ଭ କରି ରାଜନୈତିକ ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ । ଡେଲିହଣ୍ଟରେ ଆପଣଙ୍କୁ ସମସ୍ତ କଭରେଜ୍ ସହିତ ଏହି ସବୁ ତଥ୍ୟ ଅନ୍ତର୍ଭୁକ୍ତ ହେବ:

– ଏକ ଭଲ ଟ୍ୟାବୁଲେସନ ଫର୍ମାଟରେ ସମଗ୍ର ଫଳାଫଳର ଲାଇଭ୍ କରାଯିବ ।

– ସଂଖ୍ୟା, ଅତୀତର ଫଳାଫଳ ସହିତ ତୁଳନା, ରାଜ୍ୟ ତଥା ନିର୍ବାଚନମଣ୍ଡଳୀଗୁଡ଼ିକର ଆସନ ପରିବର୍ତ୍ତନ ବିଷୟରେ ସୂଚନା ରହିବ ।

– ସୋସିଆଲ୍ ମିଡିଆରେ ନିର୍ବାଚନକୁ ନେଇ ପ୍ରତିକ୍ରିୟା କ’ଣ ରହିଛି ତାହା ମଧ୍ୟ ଦେଖାଯିବ ।

– ଟ୍ୱିଟର ଲାଇଭ୍, ଭିଡିଓରେ ଟ୍ରେଣ୍ଡ୍, ଭାଇରାଲ୍ ମେମ୍, ଟ୍ରେଣ୍ଡିଂ କାହାଣୀ, ଭିଡିଓ, ନିର୍ବାଚନର ବ୍ୟାପକ କଭରେଜ ଆଦି ସବୁ ସାମିଲ କରାଯିବ ।

ତେବେ ସର୍ବ ପ୍ରଥମେ ଏହି ଅପଡେଟଗୁଡିକ ପାଇବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ! ଆଉ ଦେଖନ୍ତୁ ଡେଲିହଣ୍ଟ ।

Get real time updates directly on you device, subscribe now.