fbpx

ଭାରତରେ ଦୃଶ୍ୟମାନ ହେଲା ଅତ୍ୟନ୍ତ ବିରଳ କୋବ୍ରା: କାମୁଡ଼ି ଦେଲେ ମୃତ୍ୟୁ ନିଶ୍ଚିତ, ସାଧାରଣ ବିଶେଷଜ୍ଞ ତାକୁ ଧରିପାରିବେ ନାହିଁ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖ ପରିବେଶରେ କିଛି ନୂଆ ପ୍ରଜାତିର ପଶୁପକ୍ଷୀ, ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ । ଏପରି ଜୀବ ଅଚାନକଙ୍କ ଦୃଶ୍ୟମାନ ହେବା ପଛର ରହସ୍ୟ ବିଶେଷଜ୍ଞମାନେ ଖୁଲାସା କରିଥାନ୍ତି । ତେବେ ଆପଣମାନେ ସାଧାରଣ ଭାବେ କଳା, ମାଟିଆ ରଙ୍ଗର ସାପ ଜଳ ଓ ସ୍ଥଳ ଭାଗରେ ଦେଖିଥିବେ । ମାତ୍ର କେବେ ଧଳା ରଙ୍ଗର ସାପ ଦେଖିଛନ୍ତି କି? ନିକଟରେ ଏପରି ଏକ ବିରଳ ସାପ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ତାଲିମନାଡ଼ୁର କୋଏମ୍ବାଟୁର ସହରରେ ବର୍ତ୍ତମାନ ସମୟରେ ବର୍ଷା ଚାଲିଥିବା ବେଳେ ସେଠାରେ ତୋଫାନ ଦେଖିବାକୁ ମିଳିଥିଲା । ଏହି ତୋଫାନରେ ଏକ ଜୀବକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାହା ଥିଲା ଏକ ଧଳାରଙ୍ଗର କୋବ୍ରା । ସାଧାରଣ ଭାବେ କୋବ୍ରାର ରଙ୍ଗ ଧଳା ଓ ବାଦାମୀ ମିଶ୍ରଣ ହୋଇଥିବା ବେଳେ ଏହି କୋବ୍ରାର ରଙ୍ଗ ସମ୍ପୂର୍ଣ୍ଣ ଧଳା ଥିଲା । ଏହି କୋବ୍ରାର ବୈଜ୍ଞାନିକ ନାମ ହେଉଛି ଆଲବିନୋ କୋବ୍ରା । ଏହି କୋବ୍ରା ଅତ୍ୟନ୍ତ ବିରଳ ଭାବେ ଦୃଶ୍ୟମାନ ହୋଇଥାନ୍ତି । ସାଧାରଣ ଭାବେ ଏମାନେ ଦେଖିବାକୁ ମିଳନ୍ତି ନାହିଁ । ମାତ୍ର ବର୍ଷା କାରଣରୁ ଜମିରୁ ଏମାନଙ୍କୁ ବାହାରକୁ ଆସିବାକୁ ପଡ଼ିଥାଏ । ଗତ ୩ ତାରିଖରେ କୋଏମ୍ବାଟୁରରେ ଏହି ବିରଳ କୋବ୍ରାକୁ ଦେଖିବାକୁ ମିଳିଥିଲା ।

ପରବର୍ତ୍ତୀ ସମୟରେ ବନ୍ୟଜନ୍ତୁ ଓ ପ୍ରକୃତି ସଂରକ୍ଷଣ ଟ୍ରଷ୍ଟ ପକ୍ଷରୁ ଉକ୍ତ କୋବ୍ରାକୁ ଧରି ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ତା’ର ଲମ୍ବ ୫ ଫୁଟ ଥିବାବେଳେ ତାହା ୪ଟି ବଡ଼ ସାପ ପ୍ରଜାତି ମଧ୍ୟରୁ ଗୋଟିଏ । ଭାରତରେ ସବୁଠାରୁ ଅଧିକ ଲୋକ ଏହି ସାପ କାମୁଡ଼ିବା ଫଳରେ ହିଁ ମୃତ୍ୟୁବରଣ କରିଥାନ୍ତି । ଚର୍ମରେ ମେଲାଲିନ୍ ତିଆରି ହୋଇନଥିବା ବେଳେ ଏକ ଜେଟେନିକ ସ୍ଥିତି କାରଣରୁ ସାପଠାରେ ଧଳା ରଙ୍ଗ ଦେଖାଦେଇଥାଏ । ମେଲାଲିନ କାରଣରୁ ସମସ୍ତଙ୍କର ରଙ୍ଗ ଅଲଗା ଅଲଗା ହୋଇଥାଏ । ଯଦି ପିତାମାତାଙ୍କ ଠାରୁ ମେଲାଲିନର ଜୀନ ଶିଶୁଙ୍କ ଶରୀରକୁ ସ୍ଥାନାନ୍ତରିତ ହୁଏ ନାହିଁ, ତେବେ ଏ କ୍ଷେତ୍ରରେ ଛୁଆର ରଙ୍ଗ ଧଳା ହୋଇଥାଏ । ଏହି ସାପକୁ ଧରିବା ପାଇଁ ଅଧିକ ପ୍ରାକ୍ଟିସ ଓ ବିଶେଷଜ୍ଞଙ୍କର ଆବଶ୍ୟକତା ପଡ଼ିଥାଏ ।

Get real time updates directly on you device, subscribe now.